ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର କଲେଜରେ ଆସନ୍ତାକାଲି ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହେବ । କିନ୍ତୁ ସୁବର୍ଣ୍ଣ ଜୟନ୍ତୀ ମଞ୍ଚ ବିଜେଡି-ବିଜେପି ମଞ୍ଚରେ ପରିଣତ ହୋଇଛି ବୋଲି କଂଗ୍ରେସର ପୂର୍ବତନ ବିଧାୟକ ଭୁଜବଳ ମାଝୀ ଓ ଜିଲ୍ଲା କଂଗ୍ରେସ କମିଟି ସଭାପତି ମୁନା ତ୍ରିପାଠୀ ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । କଲେଜକୁ ୫୨ ବର୍ଷ ହୋଇଥିବାବେଳେ କଂଗ୍ରେସର ୨୧ ବର୍ଷ ଶାସନ ଓ ଅଣକଂଗ୍ରେସର ୩୧ ବର୍ଷ ଶାସନରେ ଥିବା କଲେଜ ପ୍ରତି ଅବଦାନ ବିଷୟରେ ଶ୍ରୀ ତ୍ରିପାଠୀ ଆଲୋକପାତ କରିଥିଲେ । ନିମନ୍ତ୍ରଣ ନମିଳିବାକୁ ନେଇ ଦୁଃଖ ନାହିଁ କିନ୍ତୁ ଭାଷଣ ନ ମାରି କଲେଜକୁ ସରକାରୀ କଲେଜ ଘୋଷଣା କଲେ କଂଗ୍ରେସ ନେତାମନେ ବେଶି ଖୁସି ହେବେ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସଦନ ନାୟକ, କଂଗ୍ରେସ ନେତା ଦିଲ୍ଲୀପ ବେହେରା, ବୃନ୍ଦାବନ ତ୍ରିପାଠୀ, ପ୍ରଦୀପ ସାହୁ, ଜିଲ୍ଲା ପରିଷଦ ସଭ୍ୟା ଡା. ଲିପିକା ଓ ଅବଦୁଲ ଫିରୋଜଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ ।