ଜାଗା ମିଶନରେ ପଟ୍ଟା ବଣ୍ଟନ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ରାଜ୍ୟ ସରକାରଙ୍କ ପକ୍ଷରୁ ଜାଗା ମିଶନ ଜରିଆରେ ସହରର ଗରିବ ଭୂମିହୀନଙ୍କୁ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ପଟ୍ଟା ବଣ୍ଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାଂସଦ ରମେଶ ଚନ୍ଦ୍ର ମାଝୀ, ସମ୍ମାନିତ ଅତିଥିଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ପୌର ଅଧ୍ୟକ୍ଷ କୁନୁ ନାୟକ, ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ଓ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପୌରାଞ୍ଚଳ ଅନ୍ତର୍ଗତ ୭୦ଜଣ ଭୂମିହୀନଙ୍କୁ ସାଂସଦ ଓ ବିଧାୟକ ପଟ୍ଟା ବାଣ୍ଟିଛନ୍ତି । ଏଥିସହ ମ୍ୟୁନିସିପାଲିଟିର ଜନସାଧାରଣଙ୍କୁ ଶୀଘ୍ର ସେବା ଯୋଗାଇବା ପାଇଁ କର୍ମଚାରୀଙ୍କୁ ସ୍ୱତନ୍ତ୍ର ବାଇକ ପ୍ରଦାନ କରାଯାଇଛି । ଏହି ଜାଗାରେ ସେମାନଙ୍କ ଗୃହ ନିର୍ମାଣ ପାଇଁ ହିତାଧିକାରୀଙ୍କୁ ଆର୍ôଥକ ସାହାଯ୍ୟ ମଧ୍ୟ ପ୍ରଦାନ କରାଯିବ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେବହୁ କାଉନସିଲର ଉପସ୍ଥିତ ଥିଲେ ।