ଅଗ୍ନି-୫ ମିସାଇଲ ପରୀକ୍ଷଣ

ବାଲେଶ୍ୱର,ଏନ୍‌ଏନ୍‌ଏସ୍‌: ଅବଦୁଲ କଲାମ ଦ୍ୱୀପରୁ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ଅଗ୍ନି-୫ର ପରୀକ୍ଷଣ ହୋଇଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୫,୫୦୦ କିମି ରହିଛି । ଡିଆରଡିଓ ଓ ଆଇଟିଆର ମିଳିତ ଭାବେ ଏହି ପରୀକ୍ଷଣ କରିଛି । ଏହି ପରୀକ୍ଷଣ ସଫଳ ରହିଥିବା ନେଇ ସୂଚନା ମିଳିଛି ।