ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀ ପୁଲିସକୁ ଜଙ୍ଗଲରୁ ମିଳିଥିବା ହାଡ଼ଖଣ୍ଡର ଡିଏନଏ ରିପୋର୍ଟ ଶ୍ରଦ୍ଧାଙ୍କ ପିତାଙ୍କ ନମୁନା ସହ ମିଶିଛି । ଜଙ୍ଗଲରୁ ମିଳିଥିବା ହାଡ଼ଖଣ୍ଡ ଶ୍ରଦ୍ଧାଙ୍କର ବୋଲି ଏଥିରୁ ସ୍ପଷ୍ଟ ହୋଇଯାଇଛି ।
ସୂଚନାଯୋଗ୍ୟ, ଏହି ହାଡ଼ଖଣ୍ଡ ମହରୋଲୀ ଜଙ୍ଗଲ କ୍ଷେତ୍ରରୁ ମିଳିଥିଲା । ଶ୍ରଦ୍ଧାଙ୍କୁ ତାଙ୍କ ଲିଭଇନ୍ ପାର୍ଟନର ଅଫତାବ ପୁନାୱାଲା ହତ୍ୟା କରିଛି । ହତ୍ୟା ପରେ ଶ୍ରଦ୍ଧାଙ୍କ ଶବକୁ ୩୫ଖଣ୍ଡ କରି ସହରର ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ । ଶ୍ରଦ୍ଧାଙ୍କ ହାଡ଼ଖଣ୍ଡକୁ ଫିଙ୍ଗିବା ପୂର୍ବରୁ ଅଫତାବ ମହୋରଲୀସ୍ଥିତ ନିଜ ଘରେ ଏକ ୩୦୦ ଲିଟର ଫ୍ରିଜରେ ୩ ସପ୍ତାହ ପର୍ଯ୍ୟନ୍ତ ରଖିଥିଲା ।