ଲୁହାସିଂହାରେ ଖୋଲିଲା ଧାନ ମଣ୍ଡି

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ଉପଜିଲ୍ଲାପାଳ ଡକ୍ଟର ବିଜୟା ନନ୍ଦ ସେଠୀ  ଉପଖଣ୍ଡର ଲୁହାସିଂହା ସେବା ସମବାୟ ସମିତି ପକ୍ଷରୁ ହୋଇଥିବା ଧାନ ମଣ୍ଡିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ସେବା ସମବାୟ ସମିତିର ଅଧ୍ୟକ୍ଷ କନ୍ଦର୍ପ ସୁଆର ଓ ଉପଜିଲ୍ଲାପାଳ ଧାନ କ୍ରୟ ପାଇଁ ପ୍ରଥମେ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରିଥିଲେ । ମଣ୍ଡିରୁୁ ପ୍ରଥମ ପର୍ଯ୍ୟାୟରେ ୩,୫୦୦ କୁଇଣ୍ଟାଲ ଧାନ କିଣିବା ପାଇଁ ୨ଟି ମିଲରକୁ ଦାୟିତ୍ୱ ଦିଆ ଯାଇଥିବା ନେଇ ସେବା ସମିତିର ଅଧ୍ୟକ୍ଷ କନ୍ଦର୍ପ ସୁଆର କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପାଟଣାଗଡ଼ ଯୋଗାଣ ବିଭାଗର ଅଧିକାରୀ ମାୟାଧର ସାହୁ ଓ ଆରଏମସି ସମ୍ପାଦକ କ୍ଷମାନିଧି ଗଡ଼ତ୍ୟା ସମେତ ବହୁ ଚାଷୀ ଯୋଗ ଦେଇଥିଲେ ।