ମହାନାୟକଙ୍କ ସପକ୍ଷରେ ଫଇସଲା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅମିତାଭ ବଚ୍ଚନ ବିନା ଅମନୁମତିରେ ଫଟୋ, ସ୍ୱର କିମ୍ବା ତାଙ୍କ ଅନ୍ୟ ପ୍ରତୀକକୁ ବ୍ୟବହାର ନକରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ଏହାର ଶୁଣାଣୀ କରି କୋର୍ଟ ଅମିତାଭଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ଏଥିସହିତ ବିନା ଅନୁମତିରେ ବ୍ୟବହୃତ ହୋଇଥିବା କଣ୍ଟେଣ୍ଟକୁ ଅପସାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ଟେଲିକମ୍ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟକୁ ମଧ୍ୟ କଣ୍ଟେଣ୍ଟ ଅପସାରଣ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।

କୋର୍ଟରେ ଶୁଣାଣୀ ସମୟରେ ଅମିତାଭ ବଚ୍ଚନଙ୍କ ଓକିଲ ହରିଶ ସାଲଭେ କହିଥିଲେ ଯେ, ଅନେକ କମ୍ପାନୀ ମୋ ମହକିଲଙ୍କ ବିନା ଅମୁମତିରେ ତାଙ୍କ ସ୍ୱର, ଛବି ଓ ବ୍ୟକ୍ତିତ୍ୱକୁ ବ୍ୟବାହର କରୁଛନ୍ତି । ଆଉ ଏସବୁ ଦୀର୍ଘ ଦିନରୁ ହେଉଥିବାରୁ ତାଙ୍କ ବ୍ୟକ୍ତିଗତ ଅଧିକାରକୁ ନଷ୍ଟ କରାଯାଉଛି ।