ଶିଶୁ ସମନ୍ୱୟ ସମିତି କାର୍ଯ୍ୟାଳୟ ଆଗରେ ଅଙ୍ଗନବାଡି କର୍ମୀଙ୍କ ଧାରଣା

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲାର ଶିଶୁ ସମନ୍ୱୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଆଜି ସର୍ବ ଓଡ଼ିଶା ମହିଳା ଅଙ୍ଗନବାଡି କର୍ମଚାରୀ ସଂଘ ୮ ଦଫା ଦାବି ନେଇ ଧାରଣାରେ ବସିଥିଲେ । ଗତ ୨୧ ତାରିଖ ଦିନ ହଜାରେରୁ ଉର୍‌ଦ୍ଧ୍ୱ ଅଙ୍ଗନବାଡ଼ି କର୍ମୀ ବିଭିନ୍ନ ସମସ୍ୟାକୁ ନେଇ ଭୁବନେଶ୍ୱରରେ ଆନ୍ଦୋଳନ କରିଥିଲେ । ହେଲେ ରାଜ୍ୟ ସରକାର କର୍ଣ୍ଣପାତ ନ କରିବାରୁ ପରେ ସଂଘର ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ସବୁ ବ୍ଲକରେ ଅଙ୍ଗନବାଡି କର୍ମୀ ଧାରଣା ଦେଇଥିଲେ । ଉକ୍ତ ଦାବିପତ୍ରରେ ସଇଁନ୍ତଲା ଶିଶୁ ସମନ୍ୱୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ୨୦୧୮ରେ ବହିଷ୍କୃତ ହୋଇଥିବା ଅଙ୍ଗନବାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ, ଅଙ୍ଗନବାଡି଼ି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ଅଙ୍ଗନବାଡି କର୍ମୀଙ୍କୁ ୧୮ହଜାର ଟଙ୍କା ଦରମା ସହ ସହାୟିକାଙ୍କୁ ୯ ହଜାର ଟଙ୍କା ପ୍ରଦାନ, ଶିକ୍ଷାଗତ ଯୋଗ୍ୟତା ଆଧାରରେ ବୟସ ସୀମା ନ ରଖି ଅଙ୍ଗନବାଡି କର୍ମୀଙ୍କୁ ଶିକ୍ଷୟତ୍ରୀ ମାନ୍ୟତା ଓ ଯୋଗ୍ୟତା ଆଧାରରେ ପଦୋନ୍ନତି ନେଇ ଉଲ୍ଲେଖ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମଞ୍ଜୁ ରଣା, ସତ୍ୟବତୀ ବେଚ, ମଞ୍ଜୁ ବେହେରା, ଦିପାଞ୍ଜଳି ଛତ୍ରିଆ, ତରୁଲୟ ପୁରୋହିତ, ସଚିତା ସୁନା, ଗୋଲାପି ସରାଫ, ପଦ୍ମା ବେହେରା, ଚମ୍ପେଶ୍ୱର୍ ପଟେଲ ଓ ମଞ୍ଜୁ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ ।