କଟକରେ ନକଲି ଔଷଧ କାରବାର ମାମଲା, ଆଉ ୨ଜଣଙ୍କୁ ବାନ୍ଧିଲା ପୁଲିସ

କଟକ,ଏନ୍ଏନ୍ଏସ୍: କଟକ ନକଲି ଔଷଧ କାରବାର ମାମଲା । ଆଉ ଦୁଇଜଣଙ୍କୁ ବାନ୍ଧିଲା କଟକ କମିଶନରେଟ ପୋଲିସ । ନୟାସଡ଼କ ଏବଂ ନିମଚଉଡି ଅଞ୍ଚଳର ଦୁଇ ଷ୍ଟକିଷ୍ଟ ସିବି କୁମାର କୟାଲ ଏବଂ ମହେନ୍ଦ୍ର କୁମାର ମୋଦିଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଗିରଫ ହୋଇଥିବା ଷ୍ଟକିଷ୍ଟଙ୍କ ଠାରୁ ଔଷଧ କିଣୁଥିଲେ ଏମାନେ । ଏହି ମାମଲାରେ ପୂର୍ବରୁ ୬ ଜଣ ଗିରଫ ହୋଇଥିବା ସୂଚନା ।

ସୂଚନାଅନୁସାରେ, କଟକରେ ନକଲି ଔଷଧ କାରବାର ଘଟଣାରେ ପୁଲିସକୁ ସଫଳତା । ପୂର୍ବରୁ ୬ ଜଣ ଗିରଫ ହୋଇଥିବା ବେଳେ ଆଜି ଆଉ ୨ଜଣଙ୍କୁ ଗିରଫ କରିଛି ପୁଲିସ । ଏମାନଙ୍କ ନିକଟରୁ ୮ ହାଜର ଷ୍ଟ୍ରିପ ନକଲି ଟେଲମା-୪୦ ଔଷଧ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଏହି ଦୁଇ ଷ୍ଟକିଷ୍ଟ ପୂର୍ବରୁ ଗିରଫ ହୋଇଥିବା ଦୁଇଟି ଷ୍ଟକିଷ୍ଟ ଭିଆର ଏଜେନ୍ସି ଏବଂ ପୂଜା ଏଣ୍ଟରପ୍ରାଇସେସ ଠାରୁ ନକଲି ଔଷଧ କିଣି ଛୋଟ ଛୋଟ ଫାର୍ମାକୁ ଔଷଧ ବିତରଣ କରୁଥିଲେ ।

ତେବେ ନକଲି ଔଷଧ କାରବାର ଘଟଣାରେ ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ଏବଂ ପୁଲିସ ଜାଣିବା ପରେ ଏହି ଦୁଇଟି ଷ୍ଟକିଷ୍ଟି ଉପରେ ଚଢ଼ାଉ କରି ବିପୁଳ ପରିମାଣର ଔଷଧ ଜବତ କରିବାସହ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଦୁଇ ଜଣ କେବେ ଠାରୁ ନକଲି ଔଷଧ କାରବାର କରୁଥିଲେ ଅଉ କାହାକୁ କାହାକୁ ଔଷଧ ବିତରଣ କରିଛନ୍ତି ସେସବୁ ତଦନ୍ତ ଚାଲିଛି ଏବଂ ଦୁଇ ଷ୍ଟକିଷ୍ଟଙ୍କ ଆର୍ଥିକ କାରବାରକୁ ନେଇ ମଧ୍ୟ ପୁଲିସ ତଦନ୍ତ କରିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି। ସେପଟେ ନକଲି ଔଷଧ କାରବାର ମାମଲାରେ ପୂର୍ବରୁ କଟକରୁ ୫୦ ଲକ୍ଷ ଟଙ୍କାର ଔଷଧ ଜବତ କରିବା ସହ କଟକରୁ ଦୁଇ ଷ୍ଟକିଷ୍ଟର ମାଲିକ ସଂଜୟ ଜଲାନ ଏବଂ ରାହୁଲ କୟାଲ ଗିରଫ କରିବା ପରେ ଗୟାରୁ ଆଲୋକ ମିଶ୍ରା ଏବଂ ହରିସ କୁମାରକୁ ଗିରଫ କରାଯାଇଥିଲା ।

ଏନେଇ କଟକ ଡିସିପି କହିଛନ୍ତି, “ଡ୍ରଗ ଇନସପେକ୍ଟରଙ୍କ ଆଦେଶରେ ଦୁଇଟି ମାମଲା ରେଜିଷ୍ଟର ହୋଇଥିଲା । ପୂର୍ବରୁ ୬ଜଣ ଗିରଫ ହୋଇଥିବା ବେଳେ ଆଜି ୨ ଜଣକୁ ଗିରଫ କରାଯାଇଛି । ଏମାନଙ୍କ ନିକଟରୁ ୮ ହାଜର ଷ୍ଟ୍ରିପ ନକଲି ଟେଲମା ୪୦ ଔଷଧ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ । ଏହି ଦୁଇ ଷ୍ଟକିଷ୍ଟ ପୂର୍ବରୁ ଗିରଫ ହୋଇଥିବା ଦୁଇଟି ଷ୍ଟକିଷ୍ଟ ଭିଆର ଏଜେନ୍ସି ଏବଂ ପୂଜା ଏଣ୍ଟରପ୍ରାଇସେସ ଠାରୁ ନକଲି ଔଷଧ କିଣି ଛୋଟ ଛୋଟ ଫାର୍ମାକୁ ଔଷଧ ବିତରଣ କରୁଥିଲେ । ତେବେ ନକଲି ଔଷଧ କାରବାର ଘଟଣାରେ ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ଏବଂ ପୋଲିସ ଜାଣିବା ପରେ ଏହି ଦୁଇଟି ଷ୍ଟକିଷ୍ଟ ଉପରେ ଚଢ଼ଉ କରି ବିପୁଳ ପରିମାଣର ଔଷଧ ଜବତ କରିବାସହ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।” ତେବେ ସବୁଠାରୁ ବଡ଼ କଥାହେଉଛି ପୁଲିସ ଏପର୍ଯ୍ୟନ୍ତ ବି ନକଲି ଔଷଧର ଚେର ଯାଏ ପହଞ୍ଚି ପାରିନାହିଁ ।