କଟକ,ଏନ୍ଏନ୍ଏସ୍: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି। ଦୀପାବଳି ଓ କାଳୀପୂଜାକୁ ଶାନ୍ତି ଶୃଙ୍ଖଳାରେ ସାରିବା ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛି କଟକ କମିଶନରେଟ ପୁଲିସ । ବାଣ ବିକ୍ରି ପାଇଁ ଅନୁମତି ମିଳିଥିବା ସ୍ଥାନରେ ହିଁ ବିକ୍ରି ହେବ ବାଣ । ଯେଉଁ ବାଣକୁ ବିକ୍ରି ପାଇଁ ଅନୁମତି ମିଳିଛି, ସେହି ବାଣ ହିଁ ବ୍ୟବସାୟି ବିକ୍ରି କରିବେ ।
କୌଣସି ପ୍ରକାର ବିସ୍ଫୋରକ ବାଣ ବିକିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୁଲିସ । ସୁରକ୍ଷା ଦୃଷ୍ଟିରୁ ବାଣ ଦୋକାନ ନିକଟରେ ପୁଲିସ ମୁତୟନ ରହିବେ । କାଳୀପୂଜା ଏବଂ ଭସାଣୀ ପାଇଁ କଟକ ସହରରେ ୪୦ ପ୍ଲାଟୁନ ପୁଲିସ ଫୋର୍ସ ସହ ୧୦୦ ଜଣ ପୁଲିସ ଅଫିସର ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ।