ଡୀୱାଇ ଚନ୍ଦ୍ରଚୂଡ଼ ହେବେ ଦେଶର ନୂଆ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଦେଶର ଆମାଗୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଧନଞ୍ଜୟ ୟଶବନ୍ତ ଚନ୍ଦ୍ରଚୂଡ଼ଙ୍କୁ ନିଯୁକ୍ତ କରିଛନ୍ତି । ଚନ୍ଦ୍ରଚୂଡ଼ ଦେଶର ୫୦ତମ ମୁଖ୍ୟ ବିଚାରପତି ଭାବେ ନଭେମ୍ବର ୧୦ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ । ନୂଆ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ୨୦୨୪ ନଭେମ୍ବର ୧୦ ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିବେ । ଜଷ୍ଟିସ ଚନ୍ଦ୍ରଚୂଡ଼ ଜଷ୍ଟିସ ୟୁୟୁ ଲଲିତଙ୍କ ସ୍ଥାନ ଗ୍ରହଣ କରିବେ । ଜଷ୍ଟିସ ଲଲିତ ନଭେମ୍ବର ୮ରେ ସେବାନିବୃତ ହେବେ । ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।