କେନ୍ଦ୍ରୀୟ ଏଜେନ୍ସିର ତନାଘନାକୁ ନେଇ ବିଜେପିକୁ ଟାର୍ଗେଟ କଲେ ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କୋଲକାତାରେ ଆଜି ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମମତା କହିଛନ୍ତି ଯେ, ଆଜି ଶାସନରେ ଥିବାରୁ ଏଜେନ୍ସି ଆପଣଙ୍କ ହିସାବରେ କାମ କରୁଛି । କାଲି ଯେତେବେଳେ ଶାସନରେ ନଥିବେ ଏହି ଏଜେନ୍ସି ଆପଣଙ୍କ ଘରେ ପ୍ରବେଶ କରିବେ ଏବଂ କାନ ଧରି ବାହାରକୁ ଟାଣି ଆଣିବେ । ଆଉ ସେଦିନ ଖୁବଶୀଘ୍ର ଆସିବ ।

ମମତା ବାନାର୍ଜୀ ଆହୁରି କହିଛନ୍ତି ଯେ, ଦୁର୍ଗା ପୂଜା ସମୟରେ ଅସୁର ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ପ୍ରଦର୍ଶିତ କରାଯାଇଥିଲା । ଏହା ଦେଖି ମୁଁ ଖୁବ୍ ନିରାଶ ଥିଲି କିନ୍ତୁ କିଛି କହିପାରିଲିନି । କାରଣ ପୂଜା ସମୟରେ ବିରୋଧ କରିବାଟା ଠିକ୍ ହୋଇନଥାନ୍ତା । ଏମିତି ଲଜ୍ଜାହୀନ କାର୍ଯ୍ୟ କରିଥିବା ଲୋକଙ୍କୁ ଜନତା ଜବାବ ଦେବ ।