ମୁମ୍ବାଇ: ମୁମ୍ବାଇରେ ଗୋଟିଏ ପଟେ ଗଣେଶ ଉତ୍ସବ ଜାରି ରହିଥିବାବେଳେ ଅନ୍ୟପଟେ କରୋନା କହର ଦେଖିବାକୁ ମିଳିଛି । କରୋନା ମାମଲା ବଢ଼ି ନଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଗତ ୩ ଦିନରେ ୧୨ଜଣଙ୍କ ମୃତ୍ୟୁ ହୋଇଛି। କିନ୍ତୁ ସମ୍ପୃକ୍ତ ମୃତକଙ୍କ ବୟସ ୫୦ରୁ ଅଧିକ ହୋଇଥିବାବେଳେ ମଧୁମେହ, ଉଚ୍ଚ ରକ୍ତଚାପ ଓ କୀଡନୀ ଜନିତ ସମସ୍ୟାରେ ପୀଡ଼ିତ ଥିଲେ ।
ସୂଚନାଯୋଗ୍ୟ, କରୋନ ଯୋଗୁ ୨ ବର୍ଷ ପରେ ମହାରାଷ୍ଟ୍ରରେ ବେଶ୍ ଧୁମଧାମରେ ଗଣେଶ ଉତ୍ସବ ପାଳନ କରାଯାଉଛି। ପୂଜା ମଣ୍ଡପ ଓ ମନ୍ଦିରରେ ପ୍ରବଳ ଭିଡ଼ ଜମୁଛି ।