ଅନୁଚ୍ଛେଦ ୩୭୦ ହଟିବା ନେଇ ମୁଫତୀ ଓ ଫାରୁକ୍‌ଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,ଏଜେନ୍ସି: ଜମ୍ମୁ ଓ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଠିବା ନେଇ ୩ ବର୍ଷ ପୂର୍ତ୍ତି ହୋଇଛି । ଏହାକୁ ନେଇ ପିପୁଲ୍ସ ଡେମୋକ୍ରେଟିକ୍‌ ପାର୍ଟି ଅଧ୍ୟକ୍ଷା ମେହମୁବା ମୁଫତୀ ଓ ଫାରୁକ୍‌ ଅବଦୁଲ୍ଲା ବିରୋଧ ପ୍ରଦର୍ଶନ କରିଥିଲେ । ଉଭୟ କିଛି ଲୋକଙ୍କୁ ଏକତ୍ରିତ କରି ଜମ୍ମୁ ଓ କାଶ୍ମୀରରେ ପୁନଃ ୩୭୦ ଅନୁଚ୍ଛେଦ ଲାଗୁ କରିବାକୁ ଦାବି କରିଥିଲେ ।

ଜମ୍ମୁ ଓ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଓ ୩୫ଏ ହଟାଇ କେନ୍ଦ୍ର ସରକାର ଏକ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଛନ୍ତି । ଏହିଭଳି ଭାବରେ ବିଜେପି ସରକାର ସମ୍ବିଧାନର ଅପମାନ କରିଛନ୍ତି । ଆଜିର ପୂରା ଦେଶ ପାଇଁ କଳା ଦିନ ବୋଲି କହିଛନ୍ତି ମେହବୁବା ମୁଫତୀ ।

ଏହି ବିରୋଧ ପ୍ରଦର୍ଶନ ବେଳେ ଅନେକ କାଶ୍ମୀର ବାସିନ୍ଦା ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ । ମେହ୍‌ବୁବା ମୁଫତୀ କହିଛନ୍ତି, “କେନ୍ଦ୍ର ସରକାର ବେଆଇନ ଭାବରେ ୪ ବର୍ଷ ହେଲା ବିଚ୍ଛିନ୍ନତାବାଦୀ ନେତାଙ୍କୁ ଜେଲ୍‌ରେ ବନ୍ଦ କରିଛନ୍ତି । କେନ୍ଦ୍ର ସରକାର କାଶ୍ମୀରରେ ସେନାକୁ ତୈନାତ କରି ଏଭଳି ବେଆଇନ କାର୍ଯ୍ୟ କରିଛି । ଏହାକୁ ତୁରନ୍ତ ଲାଗୁ କରାଯିବା ଆବଶ୍ୟକ ।”

ସେପଟେ କାଶ୍ମୀରରେ ଅନୁଚ୍ଛେଦ ୩୭୦କୁ ନିଷ୍କ୍ରିୟ କରିବା ନେଇ ନ୍ୟାସନାଲ୍‌ କନଫରେନ୍ସ ଓ ପିପୁଲ୍ସ କନ୍‌ଫରେନ୍ସକୁ ଛାଡ଼ି ଅନ୍ୟ କୌଣସି ନେତା ବୟାନବାଜୀ କରି ନାହାନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନ ଉପରେ ଆଜି ସ୍ଥାନୀୟ ପୋଲିସ ପ୍ରଶାସନ ତୀକ୍ଷ୍ଣ ନଜର ରଖିଥିଲା । ବିକ୍ଷୋଭ ପ୍ରଦର୍ଶନ ସ୍ଥଳରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।