ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ଦରବୃଦ୍ଧି ଓ ବେରୋଜଗାରୀକୁ ନେଇ କଂଗ୍ରେସ ଆଜି ବିରୋଧ ପ୍ରଦର୍ଶନ କରିଥିଲା । ପରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ କଂଗ୍ରେସ ନେତାଙ୍କୁ ପୁଲିସ ଅଟକ ରଖିଥିଲା । ଉକ୍ତ ଘଟଣାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଶାହ କହିଛନ୍ତି ଯେ, ଦାୟିତ୍ୱବାନ ପାର୍ଟି ହିସାବରେ ଆଇନ ପାଳନ କରିବା ଉଚିତ । କିନ୍ତୁ ଏମାନେ ତ ପ୍ରତିଦିନ ପ୍ରଦର୍ଶନ କରୁଛନ୍ତି ।
ଅମିତ ଶାହ ଆହୁରି କହିଛନ୍ତି ଯେ, ମୋତେ ଲାଗୁଛି କଂଗ୍ରେସ ଗୁପ୍ତଭାବେ ନିଜ ମାମଲାକୁ ଆଗକୁ ବଢ଼ାଉଛି । ଆଜି ଇଡି ଜେରା ନଥିଲା ତଥାପି ପ୍ରଦର୍ଶନ କରିବା ଲାଗି ଆଜିର ଦିନକୁ କାହିଁକି ଚୟନ କରାଗଲା । ବାସ୍ତବରେ ପ୍ରଧାନମନ୍ତ୍ରୀ ମୋଦୀ ଆଜିର ଦିନରେ ବେଶ୍ ଶାନ୍ତିପୂର୍ଣ୍ଣ ଭାବେ ରାମ ମନ୍ଦିର ସମସ୍ୟାକୁ ସମଧାନ କରିଥିଲେ । କିନ୍ତୁ ଆଜି ଭଳି ଦିନରେ କଂଗ୍ରେସ କଳା ପୋଷାକ ପିନ୍ଧି ରାମ ଜନ୍ମଭୂମିକୁ ବିରୋଧ କରୁଥିବା ସ୍ପଷ୍ଟ କରିଦେଲା ।