ମୋଦୀ-ମମତା ସାକ୍ଷାତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହି ସମୟରେ ମମତା ଜିଏସଟି ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ମୋଦୀଙ୍କ ସହ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଉଭୟଙ୍କ ସାକ୍ଷାତର ଫଟୋ ସେୟାର କରି ଏସମ୍ବନ୍ଧରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଭେଟିପାରନ୍ତି । ମୋଦୀଙ୍କୁ ଭେଟିବା ପୂର୍ବରୁ ଦିଲ୍ଲୀରେ ଥିବା ତୃଣମୂଳ କଂଗ୍ରେସର ସାଂସଦଙ୍କୁ ଭେଟିଥିଲେ । ଏହି ସମୟରେ ମୌସୁମୀ ଅଧିବେସନ ଏବଂ ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଆଲୋଚନା କରିଥିଲେ ।