ଭୁବନେଶ୍ୱର,ଏନ୍ଏନ୍ଏସ୍: ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବିରୋଧୀ ଦଳର ନୂଆ ନେତା ହୋଇଛନ୍ତି । ଏନେଇ ରାଜ୍ୟ ବିଜେପି ସହପ୍ରଭାରୀ ଘୋଷଣା କରିଛନ୍ତି । ପ୍ରଦୀପ ନାୟକ ଦୀର୍ଘ ଦିନରୁ ଅସୁସ୍ଥ ଥିବାରୁ ଜୟନାରାୟଣ ମିଶ୍ର ତାଙ୍କ ସ୍ଥାନ ନେଇଛନ୍ତି ।
ଦାୟିତ୍ୱ ମିଳିବା ପରେ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ପାରୁପର୍ଯ୍ୟନ୍ତ ଗୁରୁଦାୟତ୍ୱ ତୁଲାଇବାକୁ ଚେଷ୍ଟା କରିବି । ଗଠନମୂଳକ ବିରୋଧୀ ଦଳ ଭାବେ କାମ କରିବୁ । ମୋହନ ମାଝୀ ପବ୍ଲିକ ଆକାଉଣ୍ଟସ କମିଟି କଥା ବୁଝିବେ ।