ଆସନ୍ତା କାଲି ଖୋଲିବ ହୀରାକୁଦ ଜଳଭଣ୍ଡାର,ଛଡାଯିବ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର,ଏନ୍ଏନ୍ଏସ୍: ଆସନ୍ତା କାଲି ଖୋଲିବ ହୀରାକୁଦ ଜଳଭଣ୍ଡାର । ଏନେଇ ସୁଚନା ଦେଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ତେଣୁ କାଲି ଦିନ ୧୧ଟାରେ ୫ଟି ଗେଟ୍ ଖୋଲାଯିବ । ଏନେଇ ଆଗୁଆ ସତର୍କ ରହିବାକୁ ସମ୍ବଲପୁର ସମେତ ତଳ ମୁଣ୍ଡର ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ସୂଚନା ଜାରି କରିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ।

ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳ ପ୍ରବେଶ ବଢୁଛି । ଏହାସହ କଲମାର ସବୁ ଗେଟ ଖୋଲା ରହିଛି । ଶାଖା ନଦୀ ଫୁଲି ଉଠିବାର ସମ୍ଭାବନା ଥିବାରୁ ନଦୀକୁ ଯିବାକୁ ବାରଣ କରାଯାଇଛି।

ଏନେଇ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ। ତେଣୁ ସମସ୍ତଙ୍କୁ ନଦୀକୁ ଯିବାକୁ ବାରଣ କରାଯାଇଛି। ତେବେ ହୀରାକୁଦ ଜଳଭଣ୍ଡାରରେ ଆଜି ସକାଳ ସୁଦ୍ଧା ୬୧୦.୯୩ ଫୁଟ୍ ଜଳସ୍ତର ରହିଛି ଏବଂ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୭୭ ହଜାର ୯୫୬ କ୍ୟୁସେକ୍ ଜଳ ପ୍ରବେଶ କରୁଛି ।