ବିଜେପି ସରକାରର ପ୍ରତିଶୋଧ ରାଜନୀତି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଶାଳ ଗଣବିକ୍ଷୋଭ

ଦେବଗଡ,ଏନ୍ଏନ୍ଏସ୍: ବିଜେପି ସରକାରଙ୍କ ପ୍ରତିଶୋଧ ରାଜନୀତି ଓ କେନ୍ଦ୍ରୀୟ ପୁଲିସର ବର୍ବରତା ପ୍ରତିବାଦରେ ଆଜି ଦେବଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ମୁଖ୍ୟ ଡାକଘର ସମ୍ମୁଖରେ ବିଶାଳ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାଏକ, ପୂର୍ବତନ ଜିଲ୍ଲା ସଭାପତି ସେମ ହେମ୍ବ୍ରମ, ପୂର୍ବତନ ନଗରପାଳ ନେତ୍ରାନନ୍ଦ ସାମଲ, ପୂର୍ବତନ କାଉନସିଲର ମଞ୍ଜୁଳ ନାଏକ, ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ କୁମାର ମିଶ୍ର, ବସନ୍ତ କୁମାର ମିଶ୍ର, ସୁଶୀଲ କୁମାର ସାହୁ, ସୁଶାନ୍ତ କୁମାର ସ୍ୱାଇଁଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଓ ଦଳୀୟ ପଦାଧିକାରୀ ଏକତ୍ରିତ ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେବା ସହ ଗଣବିକ୍ଷୋଭ କରିବା ସହ ଧାରଣାରେ ବସିଥିଲେ।