ନୂଆଦିଲ୍ଲୀ,ଏଜେନ୍ସି: ହୃଦଘାତର ଶିକାର ହେବା ପରେ ହିମାଚଳ ପ୍ରଦେଶରୁ ଦିଲ୍ଲୀକୁ ଏୟାର ଲିଫ୍ଟ ହେଲେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏମ.ଆର ଶାହ । ଆଜି ଅପରାହ୍ନରେ ସେ ଦୃଦଘାତର ଶିକାର ହେବା ପରେ ତାଙ୍କୁ ତୁରନ୍ତ ଏୟାରଲିଫ୍ଟ କରି ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ବ୍ୟକ୍ତିଗତ ସଚିବଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାର ତାଙ୍କର ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି ଓ ସେ ଡାକ୍ତରୀ ଟିମର ନିରୀକ୍ଷଣରେ ରହିଛନ୍ତି ।
୬୪ ବର୍ଷୀୟ ଜଷ୍ଟିସ ଶାହ, ସର୍ବୋଚ୍ଚ କୋର୍ଟରେ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ ପୂର୍ବରୁ ଗୁଜୁରାଟ ଓ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ମଧ୍ୟ ଦାୟିତ୍ବ ତୁଲାଇ ସାରିଛନ୍ତିି । ବର୍ତ୍ତମାନ ସର୍ବୋଚ୍ଚ କୋର୍ଟରେ ବିଚାରପତି ପଦରୁ ୨୦୨୩ ଜୁନ୍ ୧୫ରେ ସେ ଅବସର ଗ୍ରହଣ କରିବେ । ଗତ କିଛି ଦିନ ତଳେ ଏକ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ଲୋକପ୍ରିୟ ନେତା ଭାବେ ପ୍ରଶଂସା କରି ଚର୍ଚ୍ଚାକୁ ଆସିଥିଲେ ଜଷ୍ଟିସ ଶାହ ।