ପୁନର୍ବାର ଉଡ଼ାଣ ପାଇଁ ଜେଟ୍ ଏୟାରୱେଜ୍‌କୁ ମଞ୍ଜୁରୀ

ନୂଆଦିଲ୍ଲୀ,ଏଜେନ୍ସି: ବ୍ୟବସାୟିକ ବିମାନ ଚଳାଚଳ କମ୍ପାନୀ ଜେଟ ଏୟାରୱେଜ୍ ପୁଣି ଥରେ ଉଡାଣ ଭରିବ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୁରକ୍ଷା ମଞ୍ଜୁରୀ ପ୍ରଦାନ କରାଯାଇଥିବା ବେଳେ ପୁଣି ଥରେ ଉଡିବ ଏୟାରୱେଜ୍ । ଆସନ୍ତା କିଛି ମାସ ମଧ୍ୟରେ କମ୍ପାନୀ ପୁଣି ସକ୍ରିୟ ସେବା ପ୍ରଦାନ କରିବ । ଶୁକ୍ରବାର ଏଓସି ପକ୍ଷରୁ ମଞ୍ଜୁରୀ ମିଳିବା ସହିତ ଉଡିବା ପାଇଁ ପ୍ରସ୍ତୁତ ହୋଇଛି । ଏୟାରଲାଇନ୍ସ ବିମାନ ଅପରେଟର ସାର୍ଟିଫିକେଟ୍ ପାଇବା ପାଇଁ ହାଇଦ୍ରାବାଦ ବିମାନବନ୍ଦରକୁ ଏହାର ବିମାନ ଉଡ଼ାଣ କରିଥିଲା ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ମେ ୬ ରେ ଏୟାରଲାଇନ୍ସକୁ ପଠାଯାଇଥିବା ଏକ ଚିଠିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୁରକ୍ଷା ମଞ୍ଜୁରୀ ବିଷୟରେ ସୂଚନା ଦିଆଯାଇଛି । ଗୃହ ମନ୍ତ୍ରଣାଳୟରୁ ମିଳିଥିବା କମ୍ପାନୀ ଶେୟାରହୋଲ୍ଡର ଢାଞ୍ଚାରେ ପରିବର୍ତ୍ତନ ପାଇଁ ନିରାପତ୍ତା କ୍ଲିୟରାନ୍ସ, ନିର୍ଦ୍ଧାରିତ ଅପରେଟର ପାଇଁ ଗୃହ ମନ୍ତ୍ରଣାଳୟ ଅନୁମତି ଦେଇଛନ୍ତି । ପରୀକ୍ଷଣ ପାଇଁ କରାଯାଇଥିବା ଏହି ଯାତ୍ରା ବ୍ୟବସାୟିକ ବିମାନ ଯାତ୍ରା ସହିତ ସମାନ । ଏଥିରେ ଯାତ୍ରୀ ଏବଂ କ୍ୟାବିନ କ୍ରୁ ସହିତ ସଦସ୍ୟ ଭାବରେ ଡିଜିସିଏ ଅଧିକାରୀ ଏବଂ ବିମାନ ଅଧିକାରୀ ବିମାନରେ ରହିଥିଲେ ।

ଏପ୍ରିଲ ୧୭, ୨୦୧୯ ରେ ଜେଟ ଏୟାରୱେଜ ଏହାର ଶେଷ ବିମାନ ଚଳାଚଳ କରିଥିଲା । କମ୍ପାନୀର ପ୍ରତିଷ୍ଠାତା ନରେଶ ଗୋୟଲ ନିଜକୁ ଦେବାଳିଆ ଘୋଷଣା କରିବା ପରଠାରୁ ଏହି କମ୍ପାନୀ ବନ୍ଦ ରହିଥିଲା । ଖୁବ୍ ଶୀଘ୍ର କମ୍ପ।।ନୀ ପକ୍ଷରୁ ଏହାର ଉଡାଣ ଯୋଜନା ପ୍ରସ୍ତୁତ କରାଯିବା ସହିତ ବିମାନ ଚଳାଚଳ ସୂଚୀ ତିଅ।।ରି ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।