ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବେଜଲ ଇସ୍ତଫା ଦେଇଛନ୍ତି । ଶ୍ରୀ ବେଜଲ ବ୍ୟକ୍ତିଗତ କାରଣ ଦର୍ଶାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ପୂର୍ବ ଆଇଏଏସ ଅଧିକାରୀ ବେଜଲଙ୍କୁ ୨୦୧୬ ଡିସେମ୍ବର ୩୧ରେ ଉପରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳରେ ବେଜଲ ମୁଖ୍ୟ ସଚିବ ଥିଲେ ।
ଅନୀଲ ବେଜଲ ଇସ୍ତଫା ପତ୍ର ସ୍ୱୀକାର ହେବା ପରେ ଦିଲ୍ଲୀ ସରକାର ଖୁବଶୀଘ୍ର ନୂଆ ଉପରାଜ୍ୟପାଳ ସମ୍ବନ୍ଧରେ ଘୋଷଣା କରିବେ । ୨୦୨୧ ଡିସେମ୍ବର ୩୧ରେ ବେଜଲଙ୍କ କାର୍ଯ୍ୟକାଳକୁ ୫ ବର୍ଷ ପୁରିଥିଲା । ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ବେଜଲ ବହୁବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଥିଲେ ।