ନୂଆଦିଲ୍ଲୀ: ହାର୍ଦ୍ଦିକ ପଟେଲ କଂଗ୍ରେସ ଅଧ୍ୟକ୍ଷ ଓ ସଦସ୍ୟତା ପଦରୁ ଆଜି ଇସ୍ତଫା ଦେଇଛନ୍ତି । ହାର୍ଦ୍ଦିକ ପାର୍ଟି ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଏକ ଲମ୍ବା ଚଉଡ଼ା ଚିଠି ଲେଖି କ୍ଷୋଭ ବ୍ୟକ୍ତ କରିଛନ୍ତି । ଏଥିରେ ସେ ମୁଖ୍ୟମନ୍ତ୍ରୀ, ରାମ ମନ୍ଦିର ଓ ଏନଆରସି କଥା ଉଲ୍ଲେଖ କରିଛନ୍ତି । ଇସ୍ତଫା ପରେ ହାର୍ଦ୍ଦିକ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି ।
ବିଜେପିର ଜଣେ ବଡ଼ ନେତା କହିଛନ୍ତି ଯେ, ୨ ସପ୍ତାହ ମଧ୍ୟରେ ହାର୍ଦ୍ଦିକ ବିଜେପିରେ ସାମିଲ ହୋଇପାରନ୍ତି । ହାର୍ଦ୍ଦିକଙ୍କୁ ବିଜେପିରେ ସାମିଲ କରିବା ପାଇଁ ପାର୍ଟି ରଣନୀତି ପ୍ରସ୍ତୁତ କରିବ । ହାର୍ଦ୍ଦିକ ବିଜେପି ସମ୍ମୁଖରେ କୌଣସି ଦାବି ରଖିନାହାନ୍ତି ।
ସୂଚନାଯୋଗ୍ୟ, ହାର୍ଦ୍ଦିକ ପଟେଲ ଗତ ୮ ମାସ ପାର୍ଟିର କାର୍ଯ୍ୟକଳାପକୁ ନେଇ ଖୁସି ନଥିଲେ । ଆଜି ଇସ୍ତଫା ଦେବା ସମୟରେ ହାର୍ଦ୍ଦିକ ସେହି ପ୍ରସଙ୍ଗ ଉଠାଇଥିଲେ ଯାହାକୁ ବିଜେପି ଅନେକ ଦିନରୁ ଉଠାଉଛି । ଇସ୍ତଫାରେ ରାମ ମନ୍ଦିର ନିର୍ମାଣକୁ କଂଗ୍ରେସର ବିରୋଧକୁ ହାର୍ଦ୍ଦିକ ଭୁଲ ଦର୍ଶାଇଛନ୍ତି । ଧାରା ୩୭୦କୁ ରୋବିବାକୁ ନେଇ ମଧ୍ୟ ହାର୍ଦ୍ଦିକ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଏଥିସହିତ ସିଏଏ-ଏନଆରସିକୁ ବିରୋଧ କରିବା ମଧ୍ୟ କଂଗ୍ରେସର ଆଉ ଏକ ଭୁଲ୍ ବୋଲି ହାର୍ଦ୍ଦିକ କହିଛନ୍ତି ।