ନୂଆଦିଲ୍ଲୀ: ସୀନା ବୋରା ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଇନ୍ଦ୍ରାଣୀ ୬ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ଜେଲରେ ଥିବାରୁ କୋର୍ଟ ତାଙ୍କୁ ଏହି ଆଦେଶ ଦେଇଛନ୍ତି । ଇନ୍ଦ୍ରାଣୀ ୨୦୧୫ରୁ ଗିରଫ ହୋଇ ମୁମ୍ବାଇର ବାୟକୁଲା ଜେଲରେ ଅଛନ୍ତି ।
ଏହାପୂର୍ବରୁ ସିବିଆଇ ସ୍ୱତନ୍ତ୍ର କୋର୍ଟ ବହୁବାର ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନ ଆବେଦନକୁ ଖାରିଜ କରି ଦେଇଥିଲା । ଇନ୍ଦ୍ରାଣୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଆଜି କୋର୍ଟ ସମ୍ମୁଖରେ ହାଜର ହୋଇଥିଲେ । ଶ୍ରୀ ରୋହତଗୀ କହିଛନ୍ତି ଯେ, ଇନ୍ଦ୍ରାଣୀ ମୁଖାର୍ଜୀ ଧାରା ୪୩୭ ଅନ୍ତର୍ଗତ ଖାସ୍ ଛୁଟିର ହକଦାର ଏବଂ ସେ ଅନେକ ଦିନରୁ ଜେଲରେ ଅଛନ୍ତି । ଏଥିସହିତ ଗତ ୧୧ ମାସ ହେବ ଶୁଣାଣୀ ଆଗକୁ ବଢ଼ୁନାହିଁ ।୨୩୭ରୁ ୬୮ ସାକ୍ଷୀଙ୍କ ଯାଞ୍ଚ କରାଯାଇଛି । କିନ୍ତୁ ଇନ୍ଦ୍ରାଣୀଙ୍କୁ ଏପର୍ଯ୍ୟନ୍ତ ପରୋଲ ମିଳିନାହିଁ ।
ଏହି ସମୟରେ ଯେତେବେଳେ କୋର୍ଟ ପଚାରିଲେ ପରୋଲ କାହିଁକି ଦିଆଯାଇ ନାହିଁ ଇନ୍ଦ୍ରାଣୀ ପରୋଲ ନେଇନାହାନ୍ତି ବୋଲି ରହୋତଗୀ କହିଥିଲେ ।