ପରିକ୍ରମା ପ୍ରକଳ୍ପ ପାଇଁ ଖନନ ବେଳେ ମାଟିତଳୁ ସିଂହମୂର୍ତ୍ତି ମିଳିବା ଘଟଣା, ଅନୁଧ୍ୟାନ କଲେ ଏଏସଆଇ ଅଧିକ୍ଷକ

ପୁରୀ,ଏନ୍ଏନ୍ଏସ୍: ପରିକ୍ରମା ପ୍ରକଳ୍ପ ପାଇଁ ଖନନ ବେଳେ ମାଟିତଳୁ ସିଂହମୂର୍ତ୍ତି ମିଳିବା ଘଟଣା। ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କଲେ ଏଏସଆଇ ଅଧୀକ୍ଷକ ଓ ପୁରୀ ଉପଜିଲ୍ଲାପାଳ। ଓବିସିସି କର୍ତ୍ତୃପକ୍ଷ, ଟାଟା ପ୍ରୋଜେକ୍ଟର ଅଧିକାରୀ ବି ଅନୁଧ୍ୟାନ କରିଛନ୍ତି।

ଅନୁଧ୍ୟାନ କରିବା ସହ ସିଂହମୂର୍ତ୍ତିରେ ବ୍ରସ୍ ମାରି ପୋଛିଲେ ଏଏସଆଇ ଅଧିକ୍ଷକ। ତେବେ ସତର୍କତାର ସହ ମୂର୍ତ୍ତି ଚାରିପଟୁ ମାଟି ଖୋଳି ଅନୁଧ୍ୟାନ କଲେ ଏଏସଆଇ ଅଧିକାରୀ। ଏହି ମୂର୍ତ୍ତି ପ୍ରାୟ ୫ ଫୁଟ ଗଭୀରରେ ଥିବା ବେଳେ କ୍ରେନ ସାହାଯ୍ୟରେ ଉଠାଯାଉଛି।

ସୂଚନା ଅନୁସାରେ, ଗତ ଏପ୍ରିଲ ୨୯ ତାରିଖରେ ଏମାର ମଠ ଖନନ ସ୍ଥଳରୁ ଏକ ଭଗ୍ନ ସିଂହ ମୂର୍ତ୍ତି ମିଳିଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ହାଇକୋର୍ଟଙ୍କୁ ଜଣାଇଥିଲେ। ସୋମବାର ପୁଣି ଥରେ ଆଉ ଦୁଇଟି ବହୁ ପ୍ରାଚୀନ ବିରାଟ ଭଗ୍ନ ସିଂହ ମୂର୍ତ୍ତି ଏମାର ମଠ ଖନନସ୍ଥଳରେ ଖଣ୍ଡବିଖଣ୍ଡିତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା।