ନୂଆଦିଲ୍ଲୀ: ରାଜସ୍ଥାନର ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିର ଜାରି ରହିଛି । ଏଥିରେ ପାର୍ଟିର ବହୁ ବଡ଼ ଓ ଛୋଟ ନେତା ସାମିଲ ଅଛନ୍ତି । ନିର୍ବାଚନ ପ୍ରଚାର ସମୟରେ ପାର୍ଟିର କୌଣସି ବଡ଼ ନେତା ମନ୍ଦିର, ମସଜିଦ, ଚର୍ଚ୍ଚ କିମ୍ବା ଅନ୍ୟ ଧାର୍ମିକ ସ୍ଥଳୀକୁ ନଯିବା ଲାଗି ଏହି ବୈଠକରେ ଦାବି କରାଯାଇଛି । ଏମିତି କରିବା ଦ୍ୱାରା କଂଗ୍ରେସ ଭୋଟର ଭ୍ରମିତ ହୋଇଥାନ୍ତି ଓ ଠିକ୍ ବାର୍ତ୍ତା ଯାଇନଥାଏ ଦର୍ଶାଇ କିଛି ସଦସ୍ୟ ପ୍ରସ୍ତାବ ଦେଇଛନ୍ତି । ଏଥିସହିତ କଂଗ୍ରେସକୁ ବିଜେପି ସମ୍ମୁଖରେ ଏକ ଦୃଢ଼ ଧର୍ମନିରପେକ୍ଷ ଯୁକ୍ତି ରଖିବା ଉଚିତ ବୋଲି ଏହି ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ, ବିଜେପିର ଧାର୍ମିକ ରାଜନୀତିକୁ ଦୃଷ୍ଟିରେ ରଖି ଗତ କିଛି ବର୍ଷ ହେବ ହେଉଥିବା ନିର୍ବାଚନ ସମୟରେ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀ ଭିନ୍ନ ଭିନ୍ନ ଧାର୍ମିକ ସ୍ଥଳୀ ଯାଇ ଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଏହା କଂଗ୍ରେସର ସୁଚିନ୍ତିତ ଯୋଜନା ବୋଲିି କୁହାଯାଉଥିଲା । କିନ୍ତୁ ଏହାଦ୍ୱାରା କଂଗ୍ରେସକୁ କୌଣସି ପ୍ରକାର ଲାଭ ମିଳିନାହିଁ ।