ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ପ୍ରଦାନ କରିଛନ୍ତି । କିନ୍ତୁ ଚଳିତ ମାସ ଶେଷରେ ସେ ବିଜେନସ ଟୁର କରିବା ସହ ଭାଷଣ ଦେବା ପାଇଁ ହାୱର୍ଡ ବିଶ୍ୱବିଦ୍ୟାଳୟ ଯିବାର ଯୋଜନା ପ୍ରସ୍ତୁତ କରିଛନ୍ତି । ଆଗାମୀ ସପ୍ତାହରେ ହେବାକୁ ଥିବା ବିଭିନ୍ନ ସରକାରୀ ଯୋଜନା ସହ ଜଡ଼ିତ କାର୍ଯ୍ୟକ୍ରମରେ ଯୋଗ ନଦେଇ ପାରିବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଜେସିଣ୍ଡା କହିଛନ୍ତି ଯେ, ମୁଁ ବ୍ୟକ୍ତିଗତ ଭାବେ ସେଠାରେ ଉପସ୍ଥିତ ହୋଇପାରିବି ନାହିଁ କିନ୍ତୁ ଟିମ୍ ସହ ସମ୍ପର୍କରେ ରହିବି ଏବଂ ନିଜ ବିଚାର ବ୍ୟକ୍ତ କରିବି ।
ସୂଚନାଯୋଗ୍ୟ, ପୂର୍ଣ୍ଣ ଟିକାକରଣ କରିଥିବା ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ରବିବାରଠୁ ନିଜ ୱେଲିଙ୍ଗଟନସ୍ଥିତ ବାସଭବନରେ ଅଲଗା ରହୁଛନ୍ତି ।