ୟୁଏଇର ରାଷ୍ଟ୍ରପତି ଶେଖ୍‌ ଖଲିଫ୍‌ଙ୍କ ୭୩ ବର୍ଷ ବୟସରେ ଦେହାନ୍ତ; ୩ ଦିନ ଛୁଟି ଘୋଷଣା କଲେ ସରକାର

ଦୁବାଇ,ଏଜେନ୍ସି: ୟୁନାଇଟେଡ୍‌ ଆରବ ଏମିରେଟ୍ ତଥା ଦୁବାଇର ରାଷ୍ଟ୍ରପତି ଶେଖ୍‌ ଖଲିଫା ବିନ୍‌ ଜାୟଦ ଅଲ ନାହୟାନଙ୍କ ୭୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଏନେଇ ୟୁଏଇର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ମନ୍ତ୍ରାଳୟ ଦୁଃଖ ପ୍ରକାଶ କରିବା ସହିତ ୪୦ ଦିନର ଶୋକ ରଖିବାକୁ ଘୋଷଣା କରାଯାଇଛି। ଏହା ବ୍ୟତିତ ସମସ୍ତ ମନ୍ତ୍ରାଳୟ ଓ ବେସରକାରୀ ସଂସ୍ଥାଗୁଡ଼ିକରେ ୩ ଦିନ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ସେ ୨୦୦୪ ମସିହା ନଭେମ୍ବର ୪ ତାରିଖରୁ ୟୁଏଇର ରାଷ୍ଟ୍ରପତି ପଦରେ ରହିଥିଲେ।

ଶେଖ୍‌ ଖଲିଫା ତାଙ୍କ ପିତା ତଥା ଦୁବାଇର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଶେଖ୍‌ ଜାୟଦ ବିନ୍‌ ସୁଲତାନ ଅଲ ନାହୟାନଙ୍କ ୨୦୦୪ ମସିହାରେ ମୃତ୍ୟୁ ହୋଇଥିଲା। ଏହା ପରେ ଶେଖ୍‌ ଖଲିଫା ତାଙ୍କ ଆସନ ସମ୍ଭାଳିଥିଲେ। ସେ ଦୁବାଇର ଦ୍ବିତୀୟ ରାଷ୍ଟ୍ରପତି ହୋଇଥିବା ବେଳେ ଆବୁଧାବି ଅମିରାତର ୧୬ ତମ ଶାସକ ଥିଲେ। ସେ ଶେଖ୍‌ ଜାୟଦଙ୍କ ବଡ଼ ପୁଅ ଥିଲେ।