ଟ୍ୱିଟର କିଣିବା ନିଷ୍ପତ୍ତିକୁ ସ୍ଥଗିତ ରଖିଲେ ଏଲନ ମସ୍କ

ନୂଆଦିଲ୍ଲୀ: ଅରବପତି ଏଲନ ମସ୍କ ଟ୍ୱିଟର କିଣିବା ନିଷ୍ପତ୍ତିକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛନ୍ତି । ଏନେଇ ନିଜେ ଏଲନ ମସ୍କ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । ଏହା ପଛର କାରଣ ସ୍ପେମ ଓ ଫେକ୍ ଆକାଉଣ୍ଟ ରହିଥିବା ନେଇ ସେ କହିଛନ୍ତି। ଅନ୍ୟପଟେ ମସ୍କ ଟ୍ୱିଟର କିଣିବାକୁ ନେଇ ଘୋଷଣା କରିବା ପରେ ସେୟାର ସବୁଠୁ ନିମ୍ନ ସ୍ତରକୁ ଖସି ଯାଇଛି ।

ସୂଚନାଯୋଗ୍ୟ, ଟେସଲା ମାଲିକ ଏଲନ ମସ୍କ ଟ୍ୱିଟରକୁ ୪୪ ଅରବ ଡଲାରରେ କିଣିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଡିଲକୁ ପୂରଣ କରିବା ପାଇଁ ମସ୍କ ଟଙ୍କା ମଧ୍ୟ ଏକଜୁଟ କରି ନେଇଥିଲେ । କିନ୍ତୁ ଏବେ ସେ ଟ୍ୱିଟର କିଣିବାକୁ ସ୍ଥଗିତ ରଖିଛନ୍ତି । ମସ୍କ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ହୋଇଥିବାବେଳେ ତାଙ୍କ ପାଖରେ ୨୫୭ ଅରବ ଡଲାରର ସମ୍ପତ୍ତି ରହିଛି।