କାନପୁରରେ ପ୍ରଥମଥର ପାଇଁ ଆୟୋଜିତ ହେବ ଅଖିଳ ଭାରତୀୟ ମେୟର ପରିଷଦ ସମ୍ମିଳନୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରେ ପ୍ରଥମଥର ପାଇଁ ଅଖିଳ ଭାରତୀୟ ମେୟର ପରିଷଦ ସମ୍ମିଳନୀ ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମରେ ୩୫ ସହରର ମେୟର ସାମିଲ ହେବେ ଯେଉଁଥିରେ ବରେଲି, ଲଖନଊ, ଚଣ୍ଡୀଗଢ଼, ଗଙ୍ଗଟୋକ, ସିମୋଗା, ଅମୃତସର ଓ ଇହ୍ଲାବାଦ ସାମିଲ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ନଗର ନିଗମ କାର୍ଯ୍ୟାଳୟର ପଛରେ ଥିବା ସଭାଗୃହରେ ସମ୍ମିଳନୀ ଆୟୋଜିତ ହେବ । ସଭାଗୃହରେ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟ ଚାଲିଛି ।

ସୂଚନାଯୋଗ୍ୟ, ସହରର ବିକାଶ ଓ ଜଳ ସଂରକ୍ଷଣ କିପରି କରାଯିବ ସେନେଇ ସମ୍ମିଳନୀରେ ମନ୍ଥନ ହେବ ବୋଲି ଜଣାପଡ଼ିଛି । ଏଥିସହିତ ନିଜ ନିଜ ସହରକୁ କିପରି ସ୍ମାର୍ଟ କରାଯିବ ସେନେଇ ମଧ୍ୟ ମେୟରମାନେ ଆଲୋଚନା କରିବେ ।