ଚିନ୍ତା ବଢାଉଛି ଟମାଟୋ ଫ୍ଲୁ’, ୫ ବର୍ଷରୁ କମ୍ ବୟସର ଶିଶୁ ହେଉଛନ୍ତି ଆକ୍ରାନ୍ତ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭୁତାଣୁ ପରେ ଏବେ ଚିନ୍ତା ବଢାଉଛି ଟମାଟୋ ଫ୍ଲୁ। ଆପଣମାନେ ଭାବୁଥିବେ ଟମାଟୋ ଖାଇବା ଦ୍ୱାରା ଏହି ରୋଗ ବ୍ୟାପୁଛି ହେଲେ ଏହା ସମ୍ପୁର୍ଣ୍ଣ ଭାବେ ଭୁଲ ଅଟେ।କାରଣ ଏହି ରୋଗରେ ଛୋଟ ପିଲାଙ୍କ ଦେହରେ ନାଲି ହୋଇ ଠିକ୍ ଟମାଟୋ ପରି ଫୁଲି ଯାଉଛି ଯାହାଫଳରେ ଏହାକୁ ଟମାଟୋ ଫ୍ଲୁ ଭାବେ କୁହାଯାଉଛି।

ଏହି ରୋଗ ସହ ଟମାଟୋର କୌଣସି ସମ୍ପର୍କ ନାହିଁ। ସାରା ଦେଶରେ ବର୍ତ୍ତମାନ ଏହି ରୋଗକୁ ନେଇ ଆଲର୍ଟ ଜାରି କରାଯାଇଛି। କାରଣ ଏହି ରୋଗରେ ପିଲାମାନଙ୍କ ଦେହରେ ନାଲି ରଙ୍ଗରେ ଫଳି ଯାଉଛି।

ଚର୍ମ କୁଣ୍ଡାଇ ହେବା ସହ ପିଲାମାନେ ପତଳା ଝାଡାରେ ଆକ୍ରାନ୍ତ ହେଉଛନ୍ତି। ବିଶେଷ କରି ଏହା ୫ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଆକ୍ରାନ୍ତ କରୁଛି। କେବଳ ଏତିକି ନୁହେଁ ଟମାଟୋ ଫ୍ଲୁ ଯୋଗୁଁ କିଛି କିଛି ପିଲାଙ୍କୁ ପ୍ରବଳ ଜ୍ବର ହେବା ସହ ଦେହ ଘୋଳାବିନ୍ଧା ସହ ଆଣ୍ଠୁ ଗଣ୍ଠି ଫୁଲିଯାଉଥିବା କୁହାଯାଇଛି।

ଏହାର ଲକ୍ଷଣ ଚିକୁନଗୁନିଆ ସହ ମିଶୁଥିବା ମଧ୍ୟ କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ତେବେ ଏହି କ୍ଷେତ୍ରରେ ପିଳାଙ୍କ ସ୍ୱାସ୍ଥ୍ୟପତ୍ର ସଚେତନ ହେବା ସହ ଅଭିଭାବକ ମାନେ ଅଧିକ ଯତ୍ନ ନେବାକୁ କୁହାଯାଇଛି। କେରଳ ଓ ତାମିଲନାଡୁରେ ଟମାଟୋ ଫ୍ଲୁ ଚିହ୍ନଟ ହୋଇଛି। କେରଳର କୋଲାମ୍ ଜିଲ୍ଲାରେ ୮୦ରୁ ଊର୍ଦ୍ଧ୍ବ ‘ଟମାଟୋ ଫ୍ଲୁ’ ମାମଲା ଚିହ୍ନଟ ହୋଇଛି।