ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍କର୍ଷ ସମାରୋହକୁ ସମ୍ବୋଧିତ କରିବେ। ଗୁଜରାଟର ଭରୁଚରେ ଆୟୋଜିତ ଏହି ସମାରୋହକୁ ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିକ କରିବେ। ଗୁଜରାଟ ସରକାରଙ୍କ ୪ଟି ଯୋଜନାକୁ ଭରୁଚରେ ଶତପ୍ରତି ବିନିଯୋଗ ହୋଇଥିବାରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ୪ଟି ଯୋଜନା ମାଧ୍ୟରେ ଆବଶ୍ୟକ କରୁଥିବା ଲୋକଙ୍କୁ ଆର୍ଥିକ ସହାୟତା ମିଳିପାରିଛି।
ସୂଚନାଯୋଗ୍ୟ, ଭରୁଚ ଜିଲ୍ଲା ପ୍ରଶାସନ ‘ଉତ୍କର୍ଷ କାର୍ଯ୍ୟକ୍ରମ’ ଗତ ଜାନୁଆରୀ ୧ ତାରିଖ ଠାରୁ ମାର୍ଚ୍ଚ ୩୧ ଯାଏଁ ଜାରି ରଖିଥିଲା। ବିଧବା, ବରିଷ୍ଠ ଓ ଅବହେଳିତ ନାଗରିକଙ୍କ ପାଇଁ ଏହି ଯୋଜନା ଲାଗୁ କରିଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୋଟ ୧୨ ହଜାର ୮୫୪ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି। ଗଂଗା ସ୍ୱରୂପ ଆର୍ଥିକ ସହାୟ ଯୋଜନା, ଇନ୍ଦିରା ଗାନ୍ଧୀ ବୃଦ୍ଧ ସହାୟ ଯୋଜନା, ନିରାଧାର ବୃଦ୍ଧ ଆର୍ଥିକ ସହାୟ ଯୋଜନା ଓ ରାଷ୍ଟ୍ରୀୟ କୁଟୁମ୍ବ ସହାୟ ଯୋଜନା ମାଧ୍ୟମରେ ହିତାଧିକାରୀମାନେ ଆର୍ଥିକ ସହାୟତ ପାଇପାରିଥିଲେ।