ଗୁଗଲ୍‌ ଟ୍ରାନ୍ସଲେଟରେ ସଂସ୍କୃତ ଓ ଭୋଜପୁରୀ ଭାଷାର ସପୋର୍ଟ ଉପଲବ୍ଧ

ନୂଆଦିଲ୍ଲୀ,ଏଜେନ୍ସି: ଗୁଗଲ ଆଇ/କ୍ୟୁ ୨୦୨୨ରେ କଂପାନୀ ଏକାଧିକ ଫିଚର୍ସ ଓ ଡିଭାଇସ ଉପସ୍ଥାପନ କରିଛି। ଗୁଗୁଲର ଏହି ମେଗା ଇଭେଣ୍ଟ ପ୍ରତି ବର୍ଷ ଆୟୋଜିତ କରାଯାଉଛି। ଗୁଗଲ ନିଜର ଟ୍ରାନ୍ସଲେଶନ ଟୁଲରେ ମଧ୍ୟ ଭାଷାକୁ ଅପଡେଟ୍ କରିଛି। ଗୁଗଲ ଟ୍ରାନ୍ସଲେଟ ୨୪ଟି ନୂଆ ଭାଷାକୁ ଯୋଡ଼ିଛି। ଏବେ ଏହା ମୋଟ ୧୩୩ଟି ଭାଷାକୁ ସପୋର୍ଟ କରୁଛି। ଏଥିରେ ସଂସ୍କୃତ, ଅସମିଆ ଓ ଭୋଜପୁରୀ ମଧ୍ୟ ସାମିଲ ରହିଛି।

ଗୁଗଲ ନିଜର ଇଭେଣ୍ଟରେ କହିଛି ଯେ, ନୂତନ ଭାବେ ଯୋଡାଯାଇଥିବା ଭାଷାକୁ ଗ୍ଲୋବାଲସ୍ତରରେ ୩୦୦ ମିଲିୟନରୁ ଅଧିକ ଲୋକ ବ୍ୟବହାର କରିଥାନ୍ତି। କଂପାନ କହିଛି ଯେ, ମିଜୋକୁ ଉତ୍ତର-ପୂର୍ବ ଭାରତରେ ପାଖାପାଖି ୮ ଲକ୍ଷ ଲୋକ କହିଥାନ୍ତି। ସେହିପରି କେନ୍ଦ୍ରୀୟ ଆଫ୍ରିକାରେ ଲିଙ୍ଗାଲାକୁ ୪୫ ମିଲିୟନ ଲୋକ ବ୍ୟବହାର କରନ୍ତି।

ଆସାମିଆକୁ ପୂର୍ବେତ୍ତର ଭାରତରେ ପାଖାପାଖି ୨୫ ମିଲିୟନ, ଭୋଜପୁରୀକୁ ଉତ୍ତର ଭାରତ, ନେପାଳ ଓ ଫିଜିରେ ପାଖାପାଖି ୫୦ ମିଲିୟନ ଲୋକ, ଡୋଗରୀକୁ ଭାରତରେ ପାଖାପାଖି ୩୦ ମିଲିୟନ, କୋଙ୍କଣୀକୁ ମଧ୍ୟ ଭାରତରେ ପାଖାପାଖି ୨୦ ଲକ୍ଷ, ମୈଥିଲୀକୁ ଉତ୍ତର ଭାରତରେ ୩୪ ମିଲିୟନ, ସଂସ୍କୃତକୁ ଭାରତରେ ୨୦,୦୦୦ ଲୋକ ବ୍ୟବହାର କରିଥାନ୍ତି।