ବାତ୍ୟା ‘ଅସାନି’କୁ ନେଇ ଏସଆରସିଙ୍କ ସଦ୍ୟତମ ସୂଚନା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବାତ୍ୟା ‘ଅସାନି’ ନେଇ ଏସଆରସି ପ୍ରଦୀପ ଜେନା ସୂଚନା ପ୍ରଦାନ କରିଛନ୍ତି । ସଦ୍ୟତମ ସୂଚନା ଅନୁସାରେ ବାତ୍ୟା ଆନ୍ଧ୍ର କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ । ସ୍ଥଳଭାଗ ଛୁଇଁବା ପରେ ପୁଣି ସମୁଦ୍ରକୁ ପଶି ।ରେ । ଫଳରେ ଏହା କ୍ରମଶଃ ଦୁର୍ବଳ ହୋଇ ଡିପ୍ ଡିପ୍ରେସନରେ ପରିଣତ ହେବ । ବର୍ତ୍ତମାନ ଅନୁସାରେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁ ନପାରେ । ୧୩ ସକାଳ ପର୍ଯ୍ୟନ୍ତ ବାତ୍ୟା ଓଡ଼ିଶା ଉପକୂଳ ପହଞ୍ଚିବ ନାହିଁ । ୧୩ ବେଳକୁ ବାତ୍ୟା ଦୁର୍ବଳ ହୋଇସାରିଥିବ ବୋଲି ଅନୁମାନ କରାଯାଉଛି । କିନ୍ତୁ କାଲି କୋରାପୁଟ, ଗଜପତି, ଗଞ୍ଜାମ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ବର୍ଷା ହେବ । ପରିସ୍ଥିତି ଦେଖି ଅଗ୍ନିଶମ ଓ ଓଡ୍ରାଫ ଟିମ୍ ମୁତୟନ ପରିବର୍ତ୍ତନ କରାଯାଇଛି । ମାଲକାନଗରିକୁ ୨ଟି, ଗଞ୍ଜାମକୁ ୬ଟି, ଗଜପତି ଓ ରାୟଗଡ଼ାକୁ ୩ଟି ଲେଖାଏଁ ଓ କୋରାପୁଟକୁ ୬ଟି ଓଡ୍ରାଫ ଟିମ୍ ପଠାଯାଇଥିବା ନେଇ ଏସଆରସି କହିଛନ୍ତି ।