ବଙ୍ଗୋମୁଣ୍ଡା,ଏନ୍ଏନ୍ଏସ୍: ଭିଜିଲାନ୍ସ ଜାଲ୍ଲାରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ସିନ୍ଧେକେଲା ଫରେଷ୍ଟର ହରିହର ସ୍ୱାଇଁ। ୧ ଲକ୍ଷ ୩୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଫରେଷ୍ଟର ହରିହର ସ୍ୱାଇଁଙ୍କୁ ଜାବୁଡି ଧରିଲା ଭିଜିଲାନ୍ସ ଟିମ୍। ବଲାଙ୍ଗିର ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ବରେ ଭିଜିଲାନ୍ସ ଟିମ୍ ଆସି ଫରେଷ୍ଟରଙ୍କୁ ଧରିଛନ୍ତି। ୱାଚର କ୍ଷୀରସିନ୍ଧୁ ଭୋଇଙ୍କ ଠାରୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ମନରେଗା କାମ ନକରି ଫରେଷ୍ଟର ହରିହର ସ୍ୱାଇଁ ଶ୍ରମିକମାନଙ୍କ ଆକଉଣ୍ଟରେ ଟଙ୍କା ପକାଇଥିଲେ। ଆଜିର ଏହି ଚଢ଼ଉରେ ବଲାଙ୍ଗିର ସୋନପୁର ଭିଜିଲାନ୍ସ ଟିମର ଅଧିକାରୀ ଉପସ୍ଥିତ ଥିଲେ। ନଗଦ ୧ ଲକ୍ଷ ୩୦୦ ଟଙ୍କା ଟଙ୍କା ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ଟିମ୍। ଏବେ ହରିହର ସ୍ୱାଇଁଙ୍କ ସିନ୍ଧେକେଲା ସ୍ଥିତ କ୍ବାର୍ଟର ଓ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ଉ କରୁଥିବା ଜଣାଯାଇଛି। ତାଙ୍କ ଘରୁ ନଗଦ ୧ ଲକ୍ଷ ୭୨ ହଜାର ୫୫୦ ଟଙ୍କା ସମେତ ସୁନା ଗହଣା ବି ଜବତ ହୋଇଛି।