୪୫ ମିନିଟରେ ମିଳିବ କରୋନା ଟେଷ୍ଟ ରିପୋର୍ଟ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଲଗାତାର ଭାବେ ବଢ଼ି ଚାଲିଛି । ଏଥିରେ ରୋକ ଲଗାଇବା ପାଇଁ ଟେଷ୍ଟିଂ, ଆଇସୋଲେସନ ଓ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଇତିମଧ୍ୟରେ ପ୍ରମୁଖ ଔଷଧ କମ୍ପାନୀ ସିପ୍ଲା କୋଭିଡ-୧୯ ଆରଟୀ ପିସିଆର ଟେଷ୍ଟିଂ କିଟ୍ ପ୍ରସ୍ତୁତ କରିଛି । ଏହି କିଟ୍ ଦ୍ୱାରା ମାତ୍ର ୪୫ ମିନିଟରେ ଟେଷ୍ଟ ରିପୋର୍ଟ ଆସିଯିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ସିପ୍ଲା ଏହି ଟେଷ୍ଟିଂ କିଟ ଭାରତକୁ ବିତରଣ କରିବ । ଏହି କିଟକୁ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ଆଇସିଏମଆର) ଅନୁମତି ପ୍ରଦାନ କରିଥିବା ନେଇ ସିପ୍ଲା ପକ୍ଷରୁ କୁହାଯାଇଛି ।