ଗୋଛାପଡା,ଏନ୍ଏନ୍ଏସ୍: କନ୍ଧମାଳଜିଲ୍ଲା ଫିରିଙ୍ଗିଆ ଅଂଚଳ ର ଜଣାଶୁଣା ଆଦିବସୀନେତା ତଥା ବରିଷ୍ଠ କଂଗ୍ରେସ ନେତା ମହେନ୍ଦ୍ର ମଲ୍ଲିକ କଂଗ୍ରେସ ଦଳ ଛାଡି ଆମ ଆଦମି ପାର୍ଟିରେ ଯୋଗଦାନ କରିଛନ୍ତି। ମହେନ୍ଦ୍ରମଲ୍ଲିକ ଦିର୍ଘ ୪୦ ବର୍ଷଧରିଭାରତୀୟଜାତିୟକଂଗ୍ରେସର ବିଭିନ୍ନ ପଦପଦବିରେ ରହଅିାସିଥିଲେ। ଜଣେ ଆଗଧାଡିର କଂଗ୍ରେସ ନେତା ଓ ଜଣେ ସୁସଂଙ୍ଗଠକ ଭାବରେ ଏକ ସ୍ୱତନ୍ତ୍ର ପରିଚୟସୃଷ୍ଟିକରିପାରିଥିଲେ। ଅନ୍ୟପଟେ ସେ ଫିରିଙ୍ଗିଆ ଅଞ୍ଚଳରେ ଜଣେ ଆଦିବସୀନେତାଭାବରେ ପରିଚିତ ଥିବାବେଳେ କୁଇ ସମାଜର ବିଭିନ୍ନ ପଦପଦବୀରେ ମଧ୍ୟ ରହି ଆସିଛନ୍ତି।
ଗତ କିଛି ବର୍ଷହେଲା କଂଗ୍ରେସ ଦଳ ତାଙ୍କୁ ଅଣଦେଖା କରିଆସୁଥିବା ହୃଦବୋଧ କରି ଆମ ଆଦମି ପାର୍ଟିସୁପ୍ରିମୋ ଅରବିନ୍ଦ କେଜ୍ରିବାଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେବିଧିବଦ୍ଦଭାବରେ ତାଙ୍କ ସମସର୍ଥକ ମାନଙ୍କସହ ଆମ ଆଦମି ପାର୍ଟିରେଯୋଗଦେଇଛନ୍ତି। ଶୁକ୍ରବାର ଫୁଲବାଣୀଠାରେ ଆୟୋଜିତ ହୋଇଥିବା ଆମ ଆଦମି ପାର୍ଟିର ଏକ ସ୍ୱତନ୍ତ୍ର କର୍ମି ସମ୍ମିଳନୀରେ ଓଡିଶା ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ଉପସ୍ଥିତିରେ ଆପ୍ରେ ଯୋଗଦେଇଛନ୍ତି। ଅନ୍ୟପଟେଏହି ସମ୍ମିଳନୀରେ ଆମ ଆଦମି ପାର୍ଟିର କେନ୍ଦ୍ରାପଡା ଜିଲ୍ଲାସଭାପତି, ଆପ ନେତା ତଥା ଆପର ଜିଲ୍ଲାପରିଷଦ ପ୍ରାର୍ଥୀ ଦିଲ୍ଲୀପ କୁମାର ଦିଗାଳଙ୍କ ସହ କନ୍ଧମାଳ ଜିଲ୍ଲାର ବହୁ କର୍ମକର୍ତ୍ତା ଓ ସଶାଧିକକର୍ମିଉପସ୍ଥିତ ଥିଲେ।
ଶ୍ରୀ ମଲ୍ଲିକ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ହୋଇଥିବାବେଳେ ଦୀର୍ଘ ୪୦ ବର୍ଷ ଧରି କଂଗ୍ରେସ ଦଳରେ ରହି ନିରବଛିନ୍ନ ଭାବରେ କାର୍ଯ୍ୟ କରିଆସିଛନ୍ତି। ଆଗାମୀ ଦିନରେ ଆପରେ ରହି ଅଂଚଳର ବିକାଶ ଓ ଦୁର୍ନିତି ବିରୋଧରେ ସଂଗ୍ରାମ ଜାରି ରହିବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ।