ବାଲିଗୁଡା,ଏନ୍ଏନ୍ଏସ୍: ବାଲିଗୁଡ଼ା ବ୍ଲକ୍ ଲଣ୍ଡାଗାଁ ଠାରେ ବିରାଟ ସ୍ୱର ନାଟ୍ୟ ସଂଘ ପକ୍ଷରୁ ବହୁ ଆଡ଼ମ୍ବର ସହକାରେ ଘଡ଼ଗ ନଦୀ ତୁଠରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଯାତ୍ରା ଅକ୍ଷୟ ତୃତୀୟ ଅବସରରେ ଆୟାଜିତ ହୋଇଛି। ପ୍ରଥମ ଦିନରେ ନଦୀ ତୁଠରେ କଳସ ଯାତ୍ରା ଆରମ୍ଭ ହୋଇଥାଏ। ତୃତୀୟ ଦିନରେ ଖଡ଼ଗ ନଦୀ ଉପରେ ନୌକା ସହ ପୁରୋହିତ ରାଜା ରାମ ଦାସ ପଞ୍ଚୁ ପାଣ୍ଡବକୁ ପୂଜାର୍ଚ୍ଚନା କରିଥାନ୍ତି।
ଏହା ପରେ ନୌକା ଟିକୁ ନଦୀ ଉପରେ ଚଳାଇ ଚନ୍ଦନ ଯାତ୍ରା ପାଳନ କରାଯାଏ। ଏହି ଯାତ୍ରା ଆଜିକୁ ବହୁ ବର୍ଷ ଧରି ଚାଲି ଆସୁଥିବା କର୍ତ୍ତା ମାନସିଂ ଭୋଇ ବଳ ରାମ୍ ବାଘ ପ୍ରକାଶ କରିଛନ୍ତି। କଳାହାଣ୍ଡି, ବୌଦ୍ଧ, ସୋନପୁର, ବଲାଙ୍ଗିର ଭଳି ୪ଟି ଜିଲ୍ଲାର ଲୋକ ଉପସ୍ଥିତ ରହି ବହୁ ଆଡ଼ମ୍ବର ସହକାରେ ଚନ୍ଦନ ଯାତ୍ରା ପାଳନ କରିଥାନ୍ତି।