ଥୁଆମୂଳ ରାମପୁର ବ୍ଲକରେ ବହୁ ପ୍ରତିକ୍ଷିତ ଜେ.ଏମ୍.ଏଫ୍.ସି କୋର୍ଟ ଲୋକାର୍ପିତ

ଥୁଆମୂଳ ରାମପୁର,ଏନ୍ଏନ୍ଏସ୍:କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ଜେ.ଏମ୍.ଏଫ୍.ସି କୋର୍ଟ।।ଲୋକଙ୍କୁ ହାତ ପାହାନ୍ତାରେ ମିଳିପାରିବ ନ୍ୟାୟ।ବ୍ଳକ ମୁଖ୍ୟାଳୟ ଠାରେ ଅବସ୍ଥାପିତ ଐତିହାସିକ ରାଜବାଟୀ ପରିସରରେ ଏହି ନ୍ୟାୟାଳୟର ଶୁଭ ଉଦଘାଟନ ହୋଇଯାଇଛି।ପବିତ୍ର ଅକ୍ଷୟ ତୃତୀୟାର ଶୁଭ ଅବସରରେ ମଙ୍ଗଳବାର ଭର୍ଚୁଆଲ୍ ମାଧ୍ୟମରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୂଖ୍ୟ ବିଚାରପତି ଡଃ ଏସ୍ ମୂରଲୀଧର ଏବଂ ଜିଲ୍ଲା ଦୌରା ଜଜ୍ ଶ୍ରୀଯୁକ୍ତ ଦୀପ୍ତି ରଞ୍ଜନ କାନୁନଗୋଙ୍କ କରକମଳରେ ଏହାର ଶୁଭ ଉଦଘାଟନ ହୋଇଯାଇଛି।କୋର୍ଟ ପାଇଁ ସ୍ବତନ୍ତ୍ର କାର୍ଯ୍ୟାଳୟ ନିର୍ମାଣ ହୋଇନଥିବାରୁ ଏହି ଐତିହାସିକ ରାଜବାଟୀରେ ଅସ୍ଥାୟୀ ଭାବେ କୋର୍ଟ କାର୍ଯ୍ୟ ପରିଚାଳନା ହେବ।ପରବର୍ତ୍ତୀ ସମୟରେ ନିଜସ୍ୱ କୋର୍ଟ ନିର୍ମାଣ ହୋଇ ସ୍ଥାୟୀ କାର୍ଯ୍ୟାଳୟକୁ ସ୍ଥାନାନ୍ତର ହେବାର ସୂଚନା ମିଳିଛି।

ଏହି ଉଦଘାଟନୀ ଉତ୍ସବରେ ଭବାନୀପାଟଣା କୋର୍ଟ ବାର ଆସୋସିଏସନର ଆଇନ ଜୀବୀ ଶ୍ରୀ ମାନସ ରଞ୍ଜନ ମହାନ୍ତି ଓ ଅନେକ ଆଇନଜୀବୀଙ୍କ ସମେତ ଧର୍ମଗଡ,ଜୟପାଟଣା, କେସିଙ୍ଗା,ଜୁନାଗଡରୁ ବହୁ ଆଇନଜୀବୀ ଯୋଗଦେଇଥିଲେ।ସେହିଭଳି ଆୟୋଜକ ଥୁଆମୂଳ ରାମପୁର ବାର୍ ଏସୋସିଏସନ ସଭାପତି ଆଇନଜୀବୀ ସୁଶୀଲ କୁମାର ରାଉତ, ସମ୍ପାଦକ ଆଇନଜୀବୀ ଶ୍ରୀ ମନୋରଞ୍ଜନ ନାଏକ, ମୂରଳୀ ନାଏକ, ଉପେନ୍ଦ୍ର କୁମାର ବିହାରୀ, ପ୍ରୀୟଙ୍କା ମାଝୀ, ନୋଟାରୀ ଏସ୍, ବେମାଲ୍ ପ୍ରମୁଖ ଆଇନଜୀବୀ ଉପସ୍ଥିତ ରହିଥିଲେ। ଏହି ଉଦଘାଟନୀ ଉତ୍ସବରେ ଲାଞ୍ଜିଗଡ ନିର୍ବାଚନ ମଣ୍ତଳୀ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ ଯୋଗଦାନ କରିଥିବାବେଳେ ଥୁଆମୂଳ ରାମପୁର ବ୍ଲକର ନବନିର୍ବାଚିତ ବ୍ଳକ ଅଧ୍ୟକ୍ଷ ଶ୍ରୀ ଦୟାନିଧି ମାଝୀ, ଉପାଧ୍ୟକ୍ଷା ଜୟନ୍ତୀ ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ଟୁନି ଖୋସ୍ଲା, ଜିଲ୍ଲା ପରିଷଦ ସଦସ୍ୟା ପ୍ରମିଳା ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ଓକିଲ ସଙ୍ଘର କର୍ମକର୍ତ୍ତା ଙ୍କ ସମେତ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ।

ଏହି ଅବସରରେ ସର୍ବସାଧାରଣଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଲାଞିଗଡ ବିଧାୟକ ପ୍ରଦିପ ଦିଶାରି, ସମ୍ମାନୀୟ ଅତିଥି ବ୍ଳକ ଅଧ୍ୟକ୍ଷ ଦୟା ନିଧି ମାଝି, ଉପାଧ୍ୟକ୍ଷା ଜୟନ୍ତୀ ମାଝି, କଳାହାଣ୍ଡି ଜିଲ୍ଲା ବାର ଏସୋସିଏସନର ଉପସଭାପତି ନିମାନ ନାଏକ ପ୍ରମୂଖ ମଞ୍ଚାସୀନ ହୋଇଥିଲେ। ଆଇନଜୀବୀ ସ୍ବର୍ଗତ ଚକ୍ରପାଣି ନାଏକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ପୁର୍ବକ ସଭାରେ ଉପସ୍ଥିତ ସମସ୍ତେ ଏକ ମିନିଟର ନିରବ ପ୍ରାର୍ଥନା କରିଥିଲେ। ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।କେଉଁ ଭଳି ଭାବେ ଏହି ବ୍ଲକ୍ ବାସୀ କୋର୍ଟ କଚେରୀ କାର୍ଯ୍ୟ ପାଇଁ ଯେଉଁ ଅସୁବିଧା ଭୋଗ କରି ଆସୁଥିଲେ ଏବେ ସେ ସବୁର ସମାଧାନ ହାତ ପାହାନ୍ତାରେ ପାଇବା ନେଇ ଯେଉଁ ଖୁସି ବ୍ୟକ୍ତ କରିଛନ୍ତି ସେ ନେଇ ମତବ୍ୟକ୍ତ କରିଥିଲେ।

ଥୁଆମୂଳ ରାମପୁର ବାର୍ ଆସୋସିଏସନର ସଭାପତି ସୁଶୀଲ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୟପାଟଣା, କୋକସରା, କଲମପୁର ବାର ଏସୋସିଏସନର କର୍ମକର୍ତ୍ତା ମାନେ ଯୋଗ ଦେଇ ଥିବାବେଳେ ଥୁଆମୂଳ ରାମପୁର ଅଞ୍ଚଳର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ବୁଦ୍ଧିଜୀବୀ, ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ସହଯୋଗ କରିଥିଲେ।