କଟକ,ଏନ୍ଏନ୍ଏସ୍: ରାତି ପାହିଲେ ମୁସଲିମ ଧର୍ମାବଲମ୍ବୀଙ୍କ ବଡ ପର୍ବ ଇଦ୍-ଉଲ୍-ଫିତର୍। ଏନେଇ ରାଜ୍ୟର ବିଭିନ୍ନ ମସଜିଦ୍ ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜେଇ ହେଲାଣି। ଏହି କ୍ରମରେ ଭାଇଚାରାର ସହର କଟକରେ ମଧ୍ୟ ବ୍ୟାପକ ଆୟୋଜନ ହେଉଛି।
ଇଦ୍ରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କଟକ ସହରରେ ମୋଟ ୪ଟି ଏଡ୍ ପୋଷ୍ଟ ସହ ୧୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ଏହାସହ ଷ୍ଟାଟିକ୍ ଫୋର୍ସ ମଧ୍ୟ ମୁତୟନ କରାଯାଇଛି।
ଏହାସହ ବିଭିନ୍ନ ଥାନା ଅଧିକାରୀଙ୍କଠୁ ବରିଷ୍ଠ ଅଧିକାରୀଙ୍କ ନଜରରେ ସହରର ସମସ୍ତ ମସଜିଦ୍ ରହିବ। ଅଘଟଣ ରୋକିବା ନେଇ ସମସ୍ତ ପଦକ୍ଷେପ ନିଆଯାଇଛି ବୋଲି କଟକ ଡିସିପି ପ୍ରତୀକ ସିଂ କହିଛନ୍ତି। ଚଳିତ ବର୍ଷ ଇଦ୍କୁ ସଂପୂର୍ଣ୍ଣ ଶାନ୍ତି ଶୃଙ୍ଖଳାର ସହିତ ପାଳନ ଶେଷ କରିବାକୁ ନିଷ୍ପତ୍ତି ନେଇଛି କଟକ କମିସନରେଟ ପୁଲିସ।