ଶ୍ରମିକଙ୍କ ସ୍ଵାର୍ଥ ରକ୍ଷା ସରକାରଙ୍କ ଦାୟିତ୍ୱ: ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ସ୍ଥାନୀୟ ବିବେକାନନ୍ଦ ପାଠାଗାର ପରିସରରେ ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଅତିଥି ମାନଙ୍କୁ ଫୁଲଗୁଚ୍ଛ ଓ ଓପଢ଼କଣ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବସନ୍ତ ବିଭାର ସଭା ପରିଚାଳନା କରିଥିବାବେଳେ ରାଷ୍ଟ୍ରୀୟ ମଜଦୂର ସଂଘ ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳର ନେତା ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟ ଅତିଥି, ବ୍ଲକ୍‌ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ଜିଲ୍ଲା ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ସଭାପତି ଦେବାନନ୍ଦ ଭୋଇ,କେରମେଲି ସରପଞ୍ଚ ଅଶୋକ ସାହୁ, କୁମ୍ଭାରୀ ସରପଞ୍ଚ ଶୈଳେନ୍ଦ୍ରୀ ମହାନନ୍ଦ, ଜୁରାବନ୍ଦ ସରପଞ୍ଚ କରିସ୍ମା ନନ୍ଦ,ସମାଜସେବୀ ବସୁଦେବ ସାହୁ, ବ୍ଲକ୍ ଆଶା ସଂଘର ବ୍ଲକ୍ ସଂପାଦିକା ତପି ସା କୁମ୍ଭାର ପ୍ରମୁଖ ସମ୍ମାନିତ ଅତିଥି ଭାବେ କାର୍ଯ୍ୟ ଦେଇ ମଞ୍ଚରେ ଉପସ୍ଥିତ ଥିଲେ।

ତେବେ ଜିଲ୍ଲାରେ ପ୍ରତିବର୍ଷ ଦେଢ଼ ଲକ୍ଷରୁ ଅଧିକ ଲୋକେ ବାହାର ରାଜ୍ୟକୁ କାମ ଧନ୍ଦା ପାଇଁ ଯାଉଛନ୍ତି।ଜିଲ୍ଲାରେ ଦାଦନ ସମସ୍ୟାର ସମାଧାନ ପାଇଁ ସରକାର ମନରେଗା ଯୋଜନା କାର୍ଯ୍ୟକାରୀ କରିଛନ୍ତି।ଏହି ଯୋଜନା ବାବଦକୁ ଜିଲ୍ଲାକୁ ପ୍ରତିବର୍ଷ ୩୫୦ କୋଟି ଟଙ୍କାରୁ ଅନୁଦାନ ଆସୁଛି। କିନ୍ତୁ ଜିଲ୍ଲା ପ୍ରଶାସନ ଦାଦନ ସମସ୍ୟା ରୋକିବା ପାଇଁ ଜିଲ୍ଲା ପ୍ରଶାସନ ବିଫଳତା ହୋଇଛି। ଅନେକ ଶ୍ରମିକଙ୍କ ପାଇଁ ୧୦୦ ଦିନର କାମ ଯୋଗାଇ ଦେବାକୁ ରାଜ୍ୟ ସରକାର ଅନେକ ବାହା ବାହା ମାରୁଛନ୍ତି କିନ୍ତୁ ଏବେ ବି ଅନେକ ଶ୍ରମିକ କାମ କରିଥିବା ପାଉଣା ମଧ୍ୟ ପାଇଁ ପାରୁ ନାହାଁନ୍ତି ତେଣୁ ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ସରକାରଙ୍କ ଦାୟିତ୍ୱ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସିଂ ଭୋଇ ମତବ୍ୟକ୍ତ ଦେଇଥିଲେ।

ଅନ୍ୟପକ୍ଷରେ ସମସ୍ତ ଶ୍ରମିକମାନେ ଏକଜୁଟ ହେବା ସହ ଆମର ହକ ପାଇଁ ଲଢେଇ କରିବା ଓ ଯେଉଁଦିନ ପର୍ଯ୍ୟନ୍ତ ସରକାର ମୁଣ୍ଡ ତଳକୁ ନ କରିଛି ସେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ପାଇଁ ଏକଜୁଟ ହେବା ବୋଲି ଅତିଥି ମାନେ କହିଥିଲେ। ଏଥିରେ ବ୍ଲକର ଶତାଧିକ ଆଶା କର୍ମୀ, ଶ୍ରମିକ ସଂଗଠକ ପ୍ରମୁଖ ଉପସ୍ଥିତ ଥିଲେ।