ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ କୁମ୍ଭାରୀ ଗ୍ରାମରେ ଆଜି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଗାଁର ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ଘଣ୍ଟା, ଶଙ୍ଖ, ହୁଳହୁଳିରେ ବାହାରି ସ୍ଥାନୀୟ ଜଳାଶୟ (ଯମୁନା କଟା)ରୁ ୫୦୧ କଳସରେ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ।
ଆସନ୍ତା କାଲିଠାରୁ ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ। ଶିରୋମଣୀ କୁଅର ଓ ତାଙ୍କ ଧର୍ମପତ୍ନୀ ଭୂମିସୁତା କୂଅର କର୍ତ୍ତା ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ମୁଖ୍ୟ ପୂଜକ ସୁରେଶ ମିଶ୍ର ପୂଜାର୍ଚ୍ଚନା କରୁଥିବା ବେଳେ ଗୋପବନ୍ଧୁ ମିଶ୍ର, ହରି ଦାସ,ବିକ୍ରମ ମିଶ୍ର, ଶାସଙ୍କ ମହାନ୍ତି, ଲିପୁନ ହୋତା,ଯୁଜେଷ୍ଟି ହୋତା,ରାଜେନ୍ଦ୍ର ମିଶ୍ର, ଆଲୋକ ମିଶ୍ର, ଜୟ ପ୍ରକାଶ କର,ମାନସ ମିଶ୍ର, ବୈଦ୍ୟ ବାବୁ ପୂଜା କାର୍ଯ୍ୟ ରେ ସହଯୋଗ କରୁଛନ୍ତି।କମିଟି ସଭାପତି ବୀଜ ସାହୁ,ମକରନ୍ଦ ବକୁଳ,ଦେବରାଜ ବଗର୍ତ୍ତି, ପ୍ରଶ୍ନ ମଲ୍ଲିକ, ବିଭୁତି ଭୂଷଣ ପୋଢ଼, କାଳିଆ ରଣା ସମେତ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି।