ରିୟାଲିଟି ସୋ’ ଦାଦାଗିରିରୁ ବିଦା ହେଲେ ଅନୁଭବ

ଭୁବନେଶ୍ଵର,ଏନ୍ଏନ୍ଏସ୍: ଆମ ଅନୁମାନ କହୁଛି ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଏବେ ରାହୁ କାଳ ଚାଲିଛି। ଯେଉଁ ଡାଳ ଧରୁଛନ୍ତି ସେ ଡାଳ ଛିଡି ପଡୁଛି। ପ୍ରଥମେ ପତ୍ନୀଙ୍କୁ ନିର୍ଯାତନା ଦେଇ ବିବାଦୀୟ ହେଲେ, ପରେ ରାଜନୀତି ଆଉ ଏବେ ତାଙ୍କ କ୍ୟାରିଅର ଲାଗିଛି ବାଜିରେ। ହାତରୁ ଖସିଯାଇଛି ଟିଭି ଶୋ ଦାଦାଗିରି। କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବେ କାମ ଖୋଜୁଛନ୍ତି।

ଶୁଣିବାକୁ କଥାଟା ଖରାପ ଲାଗୁଥିଲେ ବି ଏକମଦ୍ ସତ। ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ପାଇଁ ଆବେଦନ, ଆଉ ଏପଟେ ତାଙ୍କ ନାଁରେ ଆସିଲା ଘରୋଇ ହିଂସା ସହ ଅନୈତିକ ସମ୍ପର୍କ ସାଂଘାତିକ ଅଭିଯୋଗ। ଆଉ ତା’ ପରେ ନିଜ ଦଳରେ ନିଜେ କୋଣଠେସା ହୋଇ ଅନୁଭବ ଅଡୁଆରେ ପଡିଥିଲେ। ଏବେ ଅବସ୍ଥା ଆହୁରି ସାଙ୍ଘାତିକ। ଏକ ନିର୍ଦ୍ଧିଷ୍ଟ ଟିଭି ଚାନେଲରେ ଦାଦାଗିରି ଶୋ କରୁଥିବା ଆମ ଅନୁଭବ ବାବୁ ଏବେ କର୍ମଛଡା। ଏଣିକି ଏହି ଶୋ ହୋଷ୍ଟ କରିବେ ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର।