ମୁମ୍ବାଇ,ଏଜେନ୍ସି: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ର ୨୫ତମ ମ୍ୟାଚ୍ ସନ୍ରାଇଜର୍ସ ହାଇଦ୍ରାବାଦ୍ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଇଛି। ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମ୍ରେ କୋଲକାତା ପ୍ରଥମେ ବ୍ୟାଟିଂ କରିଥିଲା। କୋଲକାତା ୮ ୱିକେଟ୍ ହରାଇ ୧୭୫ ରନ୍ କରିଥିଲା। ଫଳରେ ହାଇଦ୍ରାବାଦ୍କୁ ୧୭୬ ରନ୍ର ବିଜୟ ଲକ୍ଷ ମିଳିଥିଲା। ହାଇଦ୍ରାବାଦ୍ ବିଜୟ ଲକ୍ଷ୍ୟକୁ ୧୭.୫ ଓଭରରେ ୩ଟି ୱିକେଟ ହରାଇ ପୂରା କରିଥିଲା।
କେନ୍ ୱିଲିୟମସନ୍ଙ୍କ ଟିମ୍ ଚଳିତ ଆଇପିଏଲ୍ରେ ୩ୟ ମ୍ୟାଚ ଜିତିଛି। ଏହି ବିଜୟରେ ହିରୋ ଥିଲେ ଆଇଡେନ୍ ମାର୍କମ ଏବଂ ଯୁବ କ୍ରିକେଟର ରାହୁଲ ତ୍ରିପାଠୀ। ହାଇଦ୍ରାବାଦ୍ ପୂର୍ବରୁ ଚେନ୍ନାଇ ଓ ଗୁଜରାଟ ବିପକ୍ଷରେ ୮-୮ ୱିକେଟ୍ରେ ମ୍ୟାଚ ଜିତିଥିବା ବେଳେ ରାଜସ୍ଥାନ ଓ ଲଖନଉ ଠାରୁ ପରାସ୍ତ ହୋଇଥିଲା।
ଲକ୍ଷ୍ୟ ପଛରେ ଗୋଡେଇ ସନ୍ରାଇଜର୍ସ ହାଇଦ୍ରାବାଦ୍ର ପ୍ରାରିମ୍ଭିକ ବ୍ୟାଟିଂ ଭଲ ନଥିଲା। ଟିମ୍ ୩୯ ରନ୍ ବେଳକୁ ୨ଟି ୱିକେଟ୍ ହରାଇ ସାରିଥିଲା। କେନ୍ ୱିଲିୟମସନ୍ ୧୭ ଓ ଅଭିଷେକ ଶର୍ମା ୩ ରନ୍ ସଂଗ୍ରହ କରି ପାଭଲିଅନ୍ରୁ ବିଦାୟ ନେଇଥିଲେ। ୨ ୱିକେଟ୍ ଖସିଯିବା ପରେ ରାହୁଲ ତ୍ରିପାଠୀ ଓ ଆଇଡେନ୍ ମାର୍କମ ତୃତୀୟ ୱିକେଟ ପାଇଁ ୯୪ ରନ୍ର ଭାଗିଦାରୀ ହୋଇପାରିଥିଲେ। ସେମାନେ ଖେଳର ଦିଗକୁ ପରିବର୍ତ୍ତନ କରିଦେଇଥିଲେ। ରାହୁଲ ତ୍ରିପାଠୀ ୩୭ଟି ବଲ ଖେଳି ୭୧ ରନ୍ କରିଥିଲେ, ଯେଉଁଥିରେ କି ୬ଟି ଛକା ଓ ୪ଟି ଚୌକା ସାମିଲ ଥିଲା। ମାର୍କମ ଅପରାଜିତ ୬୮ ରନ୍ କରିଥିଲେ। ଏଥିରେ ସେ ୬ଟି ଚୌକା ଓ ୪ଟି ଚୌକା ମାରିଥିଲେ। କୋଲକାତା ତରଫରୁ ଆନ୍ଦ୍ରେ ରସେଲ ୨ଟି ଓ ପେଟ୍ କମିନ୍ସ ଗୋଟିଏ ୱିକେଟ୍ ନେଇଥିଲେ।