ନୂଆପଡ଼ା,ଏଏନ୍ଏନ୍ଏସ୍: ହନୁମାନ ଜୟନ୍ତୀ ତଥା ଉତ୍କଳୀୟ ନବ ବର୍ଷ ପାଇଁ ପାଟଣାଗଡ଼ ସହର ଚଳଚଞ୍ଚଳ ହୋଇଉଠିଛି। ସହରରେ ଥିବା ହେମାଲି ସଂଘ ଦ୍ୱାରା ନିର୍ମିତ ପ୍ରସିଦ୍ଧ ପଞ୍ଚମୁଖୀ ହନୁମାନ ମନ୍ଦିର ଓ ବସ ଷ୍ଟାଣ୍ଡରେ ଥିବା ରିକ୍ସା ଚାଳକ ସଂଘ ଦ୍ୱାରା ନିର୍ମିତ ହନୁମାନ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଆଜିର ଦିନରେ ହନୁମାନଙ୍କୁ ଦର୍ଶନ କଲେ ପୁଣ୍ୟ ମିଳିଥାଏ ଓ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ଭକ୍ତମାନେ କହିଛନ୍ତି । ପଞ୍ଚମୁଖୀ ହନୁମାନ ମନ୍ଦିରରେ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି ।