କଥା ଦେଇ କଥା ରଖିଲେ ସରପଞ୍ଚ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ବହୁବାର ବିଜୟ ପ୍ରାର୍ଥୀ ପୂରଣ କରୁନଥିବା ଦେଖିବାକୁ ମିଳିଥାଏ । କିନ୍ତୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଡୁଙ୍ଗୁରିପାଲି ପଞ୍ଚାୟତର ସରପଞ୍ଚ ଗଜପତି ସାହୁ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ଘରକୁ ଘର ବୁଲି ଗାଁରେ ଚାଉଳ ବାଣ୍ଟିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ଥିବାବେଳେ ଲୋକଙ୍କ ପାଇଁ ଯିବା ଆସିବା କଷ୍ଟକର ହୋଇ ପଡୁଛି । ଏଭଳି ପରିପ୍ରେକ୍ଷୀରେ ପ୍ରଥମେ ଆଜି ଡୁଙ୍ଗୁରିପାଲି ଗାଁକୁ ଯାଇ ସରପଞ୍ଚ ଗଜପତି ସାହୁ ଚାଉଳ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ନାଏବ ସରପଞ୍ଚଙ୍କ ପ୍ରତିନିଧି ଲୋଚନ ସାହୁ, ୱାର୍ଡ ମେମ୍ବର ଲାଲୁ ମାଝୀ, ଈଶ୍ୱର ସାହୁ, ବୃନ୍ଦା ସାହୁ ଓ ଶମ୍ଭୁ ସରାଫ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।