ଇସଲାମାବାଦ୍,ଏଜେନ୍ସି: ପାକିସ୍ତାନରେ ଇମ୍ରାନ୍ ଖାନ୍ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟ ସମୟ ପରିବର୍ତ୍ତନ କରିଛନ୍ତି। ସୁପ୍ରିମ୍କୋର୍ଟଙ୍କ ଦ୍ବାରା ସଂସଦରେ ଅନାସ୍ଥା ପ୍ରସ୍ତାବ ଖାରଜ ଓ ଇମ୍ରାନ୍ ଖାନ୍ଙ୍କ ନେତୃତ୍ବରେ ପରିଚାଳିତ ଗୃହ ଭଙ୍ଗକରି ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ଉପରେ ଶୁଣାଣି କରୁଛନ୍ତି। ପାକିସ୍ତାନର ବିରୋଧୀ ଦଳ ସୁପ୍ରିମକୋର୍ଟରେ ଦାବି କରିଛନ୍ତି ଯେ ଏହି ପ୍ରସଙ୍ଗରେ ଶୀଘ୍ର ଶୁଣାଣି ଶେଷ କରି ତାଙ୍କୁ ନ୍ୟାୟ ପ୍ରଦାନ କରାଯାଉ।
ଏହାରି ମଧ୍ୟରେ ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲ୍ଭୀ ସୋମବାର ଏକ ଅଧିସୂଚନା ଜାରି କରିଛନ୍ତି। ସେ କହିଛନ୍ତି ଯେ, ପିଟିଆଇ ନେତା ଇମ୍ରାନ୍ ଖାନଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ନିଯୁକ୍ତି ହେବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦରେ ରହିବାକୁ ହେବ।
ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଦେଶର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ପୂର୍ବତନ ସଜେପି ନ୍ୟାୟମୂର୍ତ୍ତି ଗୁଲଜାର ଅହମଦଙ୍କ ନାମକୁ ପ୍ରସ୍ତାବ ଦେଇଛନ୍ତି। ଏହା ପୂର୍ବରୁ ସଂସଦ ଭଙ୍ଗ ମାମଲାରେ ସୁପ୍ରିମକୋର୍ଟରେ ସୋମବାର ଶୁଣାଣି ହୋଇଥିଲା। କିନ୍ତୁ ଏଥିରେ ସମସ୍ୟାର ସମାଧାନ ହୋଇ ପାରି ନଥିଲା। ତେଣୁ ଆଜି ଦିନ ୧୨ଟାରେ ପୁଣି ଶୁଣାଣି ହେବ।