କଲମ୍ବୋ,ଏଜେନ୍ସି: ସ୍ବାଧୀନତାର ବହୁ ବର୍ଷ ପରେ ଶ୍ରୀଲଙ୍କାର ଆର୍ଥିକ ପରିସ୍ଥିତି ବହୁତ ଖରାପ ଦେଖାଯାଇଛି। ସ୍ଥିତି ଆହୁରି ଖରାପ ଆଡ଼କୁ ଗତି କରୁଛି। ଏହାରି ମଧ୍ୟରେ ଦେଶର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଏନେ ଜାରି ହୋଇଥିବା ଆଦେଶରେ ସେ କହିଛନ୍ତି ଯେ, ଦେଶର ସୁରକ୍ଷା ଓ ଆବଶ୍ୟକ ସେବା ଯୋଗାଇବାର ରକ୍ଷଣାବେକ୍ଷଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଏପ୍ରିଲ ୧ ତାରିଖ ଠାରୁ ଏହା ଲାଗୁ ହୋଇଛି।
ରାଷ୍ଟ୍ରପତି ଓ ତାଙ୍କ ସରକାରଙ୍କ ବିରୋଧରେ ଶ୍ରୀଲଙ୍କାର ଚାରିଆଡେ ପ୍ରଦର୍ଶନ ଜାରିଥିବା ବେଳେ ଏଭଳି ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଛି। ଦେଶରେ ଆର୍ଥିକ ପରିସ୍ଥିତି ଭଲ ନାହିଁ। ସରକାର ଦେବାଳିଆ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ବିରୋଧରେ ଲୋକେ ପ୍ରଦର୍ଶନ କରିଛନ୍ତି।
ଗୁରୁବାର ରାଷ୍ଟ୍ରପତିଙ୍କ ନିବାସ ସାମ୍ନାରେ ହିଂସକ ପ୍ରଦର୍ଶନ ମଧ୍ୟ ହୋଇଥିଲା। ଅବସ୍ଥା ଏତେ ବିଗିଡ଼ି ଯାଇଥିଲା ଯେ, ପୁଲିସ ବଳ ପ୍ରଦର୍ଶନକାରୀଙ୍କ ଉପରେ ୱାଟର କେନନ ବଳ ପ୍ରୟୋଗ କରିଥିଲା। ପ୍ରଦର୍ଶନକାରୀଙ୍କ ଉପରେ ଲାଠି ଚାଳନା ମଧ୍ୟ ହୋଇଥିଲା।