ନୂଆଦିଲ୍ଲୀ: ଋଷ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାବରୋବ ମାର୍ଚ୍ଚ ୩୧ରୁ ୨ଦିନିଆ ଭାରତ ଗସ୍ତ କରିବେ । ଫେବୃଆରୀ ୨୪ରୁ ୟୁକ୍ରେନ ସହ ଆରମ୍ଭ ହୋଇଥିବା ଯୁଦ୍ଧ ପରେ ଏହା ତାଙ୍କର ପ୍ରଥମ ଭାରତ ଯାତ୍ରା । ଏନେଇ ବୈଦେଶିକ ମନ୍ତ୍ରଣାଳୟ ବୟାନ ଜାରି କରିଛି ।
ସୂଚନାଯୋଗ୍ୟ, ଋଷ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାବରୋବଙ୍କ ଗସ୍ତ ସମୟରେ ତୈଳ ଓ ଭାରତ ସହ ଦ୍ୱିପାକ୍ଷିକ ବ୍ୟବସାୟକୁ ନେଇ ଚର୍ଚ୍ଚା ହେବ । ଏହି ସମୟରେ ଏସ-୪୦୦ ମିସାଇଲ ପ୍ରଣାଳୀର ଉପକରଣ ଓ ସୈନ୍ୟ ଅସ୍ତ୍ରଶସ୍ତ୍ର ସମୟରେ ଯୋଗାଇବାକୁ ନେଇ ଋଷ ଉପରେ ମଧ୍ୟ ଭାରତ ଜୋର ଦେଇପାରେ ।