ଭୁବନେଶ୍ବର,ଏନ୍ଏନ୍ଏସ୍: ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ସୂଚୀ। ଅପ୍ରେଲ ୨୮ ତାରିଖରୁ ପରୀକ୍ଷା ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଏହାକୁ ନେଇ ମାଧ୍ୟମିିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି।
ଅପ୍ରେଲ ୪ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଭାଗର ପ୍ରାକ୍ଟିକାଲ କରାଯିବ। ସମସ୍ତ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ପାଇଁ ମାର୍ଚ୍ଚ ୨୮ ତାରିଖ ଓ ୨୯ ଫର୍ମ ଫିଲ୍ଅପ୍ କରାଯିବ। ଏହି ଦୁଇ ମଧ୍ୟରେ ଯେଉଁମାନେ ଫର୍ମ ଫିଲ୍ଅପ୍ କରିପାରିବେ ନାହିଁ, ସେମାନେ ୩୦ ତାରିଖରେ ଫାଇନ ଦେଇ ଫର୍ମ ଭରିବେ।
ବିଳମ୍ବରେ ଫର୍ମ ଭରିଲେ ଛାତ୍ରଛାତ୍ରୀଙ୍କୁ ୪୫୦ ଟଙ୍କା ଫାଇନ ଦେବାକୁ ହେବ। ତେବେ ୩୦ ତାରିଖ ମଧ୍ୟ ଯେଉଁମାନେ ଫର୍ମ ଭରିପାରିବେ ନାହିଁ, ସେମାନେ ୩୧ ତାରିଖରେ ସିଏଚ୍ଏସ୍ଇ କାର୍ଯ୍ୟାଳୟରେ ଫାଇନ ମାଧ୍ୟମରେ ଫର୍ମ ଫିଲ୍ଅପ୍ କରିପାରିବେ।