ନୂଆଦିଲ୍ଲୀ,ଏଜେନ୍ସି: ଚୀନ୍ରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ୧୩୩ ଜଣ ଯାତ୍ରୀଙ୍କୁ ନେଇ ବୋଇଂ ୭୩୭ ବିମାନଟି ଯାଉଥିବା ବେଳେ ଦୁର୍ଘଟଣା ହୋଇଛି। ଚୀନର କୁନମିଙ୍ଗରୁ ଗୁଆଙ୍ଗସିକୁ ଉଡାଣ ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି।
ତେବେ ଗୁଆଙ୍ଗସି ଅଞ୍ଚଳରେ ପାହାଡରେ ପିଟି ହୋଇ ନିଆଁ ଲାଗିଥିବା ସୂଚନା ମିଳିଛି। ଏଥିରେ କେତେ ଜଣଙ୍କର ମୃତ୍ୟୁ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।